ଓଡ଼ିଶାଲାଇଭ୍ ବ୍ୟୁରୋ

ରାତିରେ କାମ ସାରି ଶୋଇଥିଲେ, ସକାଳୁ ମିଳିଲା ମୃତଦେହ।

ଜର୍ଜିଆର ଗୁଡୌରୀ ପର୍ବତାଞ୍ଚଳର ଏକ ରେସ୍ତୋରାଁରେ ୧୨ ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ୧୧ ଜଣ ଭାରତୀୟ ନାଗରିକ ହୋଇଥିବା ଜଣାପଡ଼ିଛି। ସେମାନେ ସମସ୍ତେ ଉକ୍ତ ରେସ୍ତୋରାଁରେ କାମ କରୁଥିଲେ।

ଏହି ଘଟଣା ଶୁକ୍ରବାର ରାତିରେ ଘଟିଥିବା କୁହାଯାଉଛି। କର୍ମଚାରୀମାନେ ରାତିରେ କାମ ସାରି ଶୋଇଥିଲେ। ଶନିବାର ସକାଳୁ କବାଟ ଖୋଲିବା ପରେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା। ବିଷାକ୍ତ କାର୍ବନ ମନୋକ୍ସାଇଡ ଗ୍ୟାସ ଯୋଗୁଁ ମୃତ୍ୟୁ ଘଟିଥିବା କୁହାଯାଉଛି। ଜର୍ଜିଆର ରାଜଧାନୀ ତିବଲିସିରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି।

କର୍ମଚାରୀମାନେ ଶୋଇଥିବା ଘର ନିକଟରେ ଏକ ଜେନେରେଟର ରଖାଯାଇଥିଲା। ଶୁକ୍ରବାର ରାତିରେ ବିଜୁଳି କଟିଯିବା ପରେ ଜେନେରେଟର ଚାଲୁ କରାଯାଇଥିଲା। ସେଥିରୁ ବିଷାକ୍ତ ଗ୍ୟାସ ଲିକ୍ ହୋଇ ମୃତ୍ୟୁ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।

ଘଟଣାର ପ୍ରାଥମିକ ତଦନ୍ତ ପରେ କୌଣସି ପ୍ରକାର ଆଘାତ ବା ହିଂସାକାଣ୍ଡ ଘଟିଥିବାର ଚିହ୍ନ ନାହିଁ। ତେଣୁ ବିଷାକ୍ତ ଗ୍ୟାସ ଯୋଗୁ ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଏକ ଫୋରେନ୍ସିକ ମେଡିକାଲ ଯାଞ୍ଚ କରାଯାଉଛି। ସ୍ଥାନୀୟ ପୋଲିସ ମଧ୍ୟ ଫୋରେନ୍ସିକ ଟିମ ସହ ଘଟଣାର ଯାଞ୍ଚ କରୁଛି।

ମୃତକମାନଙ୍କ ପରିଚୟ ଜାଣିବା ପାଇଁ ଭାରତୀୟ ଦୂତାବାସ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରାଯାଉଛି। ମୃତକଙ୍କ ପରିବାରକୁ ଯଥା ସମ୍ଭବ ସହାୟତା ପ୍ରଦାନ କରାଯିବ ବୋଲି ଦୂତାବାସ ପକ୍ଷରୁ ଆଶ୍ୱାସନା ଦିଆଯାଇଛି।

Tags: #IndianWorkers #Death #Restaurant #Georgia

LEAVE A REPLY

Please enter your comment!
Please enter your name here