ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଅନେକ କ୍ଲରିକାଲ୍ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଭାରତରେ ଥିବା ଏସବିଆଇର ବିଭିନ୍ନ ଶାଖାରେ ୧୩,୭୩୫ଟି କ୍ଲରିକାଲ୍  ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହି ପଦବୀଗୁଡ଼ିକ ପାଇଁ ହେବାକୁ ଥିବା ‘ଏସବିଆଇ କ୍ଲର୍କ’ ପରୀକ୍ଷା ପାଇଁ ଏବେ ଅନଲାଇନରେ ଆବେଦନ ଜାରି ରହିଛି। ଜାନୁଆରି ୭ ତାରିଖ ଯାଏଁ ଏହି ଆବେଦନ ଚାଲିବ।

ଆପଣମାନେ ‘ଏସବିଆଇ’ର ଏହି କ୍ଲରିକାଲ୍ ପରୀକ୍ଷା ଦେବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ବ୍ୟାଙ୍କିଂ କ୍ଲର୍କ – ୧୩,୭୩୫ (ମୋଟ ପଦବୀ)

ଯୋଗ୍ୟତା

  • ପ୍ରାର୍ଥୀମାନଙ୍କ ବୟସ ୨୦ ବର୍ଷରୁ ୨୮ ବର୍ଷ ମଧ୍ୟରେ ହେବା ଆବଶ୍ୟକ
  • ଅତିକମରେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
  • ସେମାନଙ୍କର କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ଏହି ପଦବୀ ପାଇଁ ପ୍ରଥମେ ଆଇବିପିଏସ ପକ୍ଷରୁ ପ୍ରିଲିମିନାରି ପରୀକ୍ଷା କରାଯିବ
  • ଏଥିରେ ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ନେଇ ମେନ ପରୀକ୍ଷା କରାଯିବ
  • ଶେଷରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ

କେମିତି କରିବେ ଆବେଦନ

  • ଆଇବିପିଏସର ୱେବସାଇଟ www.sbi.co.inକୁ ଯାଆନ୍ତୁ
  • ୱେବସାଇଟ ଭିତରେ କ୍ୟାରିୟର ଅପ୍ସନକୁ ସିଲେକ୍ଟ କରନ୍ତୁ
  • ସେଠାରେ ‘ଜୁନିୟର ଆସୋସିଏଟ୍’ ବା କ୍ଲରିକାଲ୍ ନିଯୁକ୍ତି ଲିଙ୍କକୁ କ୍ଲିକ୍ କରନ୍ତୁ
  • ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
  • ସେଠାରେ ନିଜ ନାମ ପଞ୍ଜୀକରଣ କରନ୍ତୁ
  • ପଞ୍ଜୀକରଣ ପରେ ‘ଲଗ ଇନ’ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ପରୀକ୍ଷା ପାଇଁ ନିଜ ପାଖ ଅଞ୍ଚଳରେ ଥିବା ସେଣ୍ଟରକୁ ବାଛନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏସବିଆଇର ବ୍ୟାଙ୍କିଂ କ୍ଲରିକାଲ୍ ପରୀକ୍ଷା ପାଇଁ ସାଧରଣ, ଅବିସି ଓ ଇଡବ୍ଲ୍ୟୁଏସ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ  ୭୫୦ ଟଙ୍କା ଆବେଦନ ଦେୟ ରଖାଯାଇଛି। ଅନ୍ୟପଟେ ଅନୁସୂଚିତ ଜାତି, ଜନଜାତି ବର୍ଗ ଓ ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ଆବେଦନ ପାଇଁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ।

ଏହି ନିଯୁକ୍ତି ପାଇଁ ପ୍ରିଲିମିନାରି ପରୀକ୍ଷା ୨୦୨୫ ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ କରାଯିବ। ଏହାର ତାରିଖ ବାବଦରେ ‘ଏସବିଆଇ’ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀ ବାବଦରେ  ଅଧିକ ସୂଚନା ‘ଏସବିଆଇ’ର ୱେବସାଇଟରେ ଉପଲବ୍ଧ।

Tags: #StateBankofIndia #BankingClerk #Employment #Examination #India

LEAVE A REPLY

Please enter your comment!
Please enter your name here