ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟ ପରିସରରେ ନେହେରୁ ଯୁବ କେନ୍ଦ୍ର ଦ୍ଵାରା ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଆୟୋଜିତ ହୋଇଯାଇଛି।

ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଜିଲ୍ଲାର ସମସ୍ତ ବ୍ଲକ ଏବଂ ମହାବିଦ୍ୟାଳୟରୁ ୩୦୦ ଶହରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ବକ୍ତୃତା ପ୍ରତିଯୋଗିତାରେ କିଶାନ କୁମାର ସାହୁ ପ୍ରଥମ ହୋଇଥିବାବେଳେ ବିକ୍ରମ କେଶରୀ ମହାନ୍ତି ଦ୍ଵିତୀୟ ଓ ବିଜୟଲକ୍ଷ୍ମୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି କବିତା ପ୍ରତିଯୋଗିତାରେ ଧ୍ରୁବ ଲୋଚନ ବେହେରା ପ୍ରଥମ, ଅନିକେତ ଦାଶ ଦ୍ଵିତୀୟ ଓ ଶିଖା ସିଂ ତୃତୀୟ ହୋଇଥିଲ।

ଚିତ୍ରକଳାରେ ବାସୁଦେବ ମହାନ୍ତ, ଆଦର୍ଶ କୁମାର ରାଉତ ଓ ସତ୍ୟବଚନ କାନୁନଗୋ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିଲେ। ସେହିପରି ଗୋଷ୍ଠୀ ନୃତ୍ୟରେ ଚକାଡ଼ୋଳା ଛଉନୃତ୍ୟ ପ୍ରତିଷ୍ଠାନ ପ୍ରଥମ ହୋଇଥିବାବେଳେ ଶୁଳିଆପଦାର ମା’ କିଚକେଶ୍ଵରୀ ଝୁମର ନୃତ୍ୟ ପ୍ରତିଷ୍ଠାନ ଦ୍ଵିତୀୟ ଓ ରାସଗୋବିନ୍ଦପୁରର ମୟୁରଭଞ୍ଜ ସଂସ୍କୃତି ଲୋକକଳା ବିକାଶ ତୃତୀୟ ସ୍ଥାନ ଅଧିକାର କରିଥିଲା।

ଏହା ସହ ଚିତ୍ରାଙ୍କନରେ ଆର୍ଯ୍ୟପ୍ରଜ୍ଞା ପାଲଟା ପ୍ରଥମ, ଗଜେନ୍ଦ୍ର ଟୁଡ଼ୁ ଦ୍ଵିତୀୟ ଓ ମନ୍ମୟ ସେଠୀ ତୃତୀୟ ହୋଇଥିଲେ। ଏକକ ବିଜ୍ଞାନ ମେଳାରେ ଆୟମଜ୍ୟୋତି ଦାସ ପ୍ରଥମ, କୃତିପ୍ରଜ୍ଞା ମହାନ୍ତ ଦ୍ଵିତୀୟ ଓ ଯତାଧପ ସୋରେନ ତୃତୀୟ ହୋଇଥିଲେ। ଗୋଷ୍ଠୀ ବିଜ୍ଞାନ ମେଳାରେ ଗୁରୁ ପ୍ରସାଦ ଲେଙ୍କା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଜ୍ୟୋତି ରଞ୍ଜନ ବାରିକ ଦ୍ଵିତୀୟ ଓ ସୌମ୍ୟ ରଞ୍ଜନ ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଡକ୍ଟର ହେମନ୍ତ କୁମାର ସାହୁ, ଜିଲ୍ଲା ଓ ଲୋକ ସମ୍ପର୍କ ଅଧିକାରୀ ଅବିନାଶ ପାଣି, ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ଅନାମ ଚରଣ ରାଉଳ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ବସନ୍ତ କୁମାର ମହାନ୍ତ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀ, ଜିଲ୍ଲା ଯୁବ ଅଧିକାରୀ ଭିଘ୍ନେଶ ଏମ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ମୟୁରଭଞ୍ଜ ଜିଲ୍ଲାର ଯୁବ ପ୍ରତିଭା କ୍ଷୀରୋଦ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା।

ସ୍ୱେଚ୍ଛା ସେବୀ ସାଇରଞ୍ଜନ ଲେଙ୍କା ମଞ୍ଚ ପରିଚାଳନା କରିଥିବାବେଳେ ଶ୍ରୀକୃଷ୍ଣ ନାୟକ, ତ୍ରିଦେବ, ଦିବ୍ୟାନି, ରାକ୍ଷୀ, ଶେଖର, ଦେବସ୍ମିତା, ସୁଭଦ୍ରା ପ୍ରମୁଖ ସହୋଯୋଗ କରିଥିଲେ। ଶେଷରେ ନେହେରୁ ଯୁବ କେନ୍ଦ୍ରର ଏପିଏସ ଅଶୋକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Tags: #DistrictLevelYouthProgram #Mayurbhanj #Competition #Odisha

LEAVE A REPLY

Please enter your comment!
Please enter your name here