ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ସମଗ୍ର ରାଜ୍ୟରେ ହାତୀ ଗଣନା କାର୍ଯ୍ୟ ନଭେମ୍ବର ୧୪, ୧୫ ଓ ୧୬ ତାରିଖ ତିନି ଦିନ ବ୍ୟାପୀ କରାଯିବ। ଏଥିପାଇଁ ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ବନବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି।

ରାଜ୍ୟରେ ବର୍ଷକୁ ଦୁଇଥର ଏପ୍ରିଲ ଓ ନଭେମ୍ବର ମାସରେ ହାତୀ ଗଣନା କାର୍ଯ୍ୟ କରାଯାଇଥାଏ। ସିଧାସଳଖ ହାତୀଙ୍କୁ ଦେଖି ସେମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ରେକର୍ଡ କରାଯାଇ ଗଣନାରେ ସାମିଲ କରାଯାଏ।

ବାରିପଦା ବନଖଣ୍ଡରେ ହାତୀ ଗଣନା ପାଇଁ ୩୭ଟି ୟୁନିଟ ଗଠନ କରାଯାଇ ପ୍ରତି ୟୁନିଟରେ ୫ ଜଣ କର୍ମଚାରୀଙ୍କୁ ସାମିଲ କରାଯାଇଛି। ନଭେମ୍ବର ୧୪ ତାରିଖରୁ ଆରମ୍ଭ ହେଉଥିବା ଏହି ଗଣନା କାର୍ଯ୍ୟ ୧୬ ତାରିଖରେ ଶେଷ ହେବ। ଏହା ପରେ ୧୯ ତାରିଖରେ ରେଞ୍ଜସ୍ତରୀୟ ସମୀକ୍ଷା କରାଯିବ।

ସେହିପରି ୨୦ ତାରିଖରେ ଡିଭିଜନସ୍ତରୀୟ ସମୀକ୍ଷା ରହିଥିବାବେଳେ ୨୨ ତାରିଖରେ ସର୍କଲସ୍ତରୀୟ ସମୀକ୍ଷା ଏବଂ ୨୪ ତାରିଖରେ ରାଜ୍ୟସ୍ତରୀୟ ସମୀକ୍ଷା କରାଯାଇ ଫାଇନାଲ ରିପୋର୍ଟ ପ୍ରକାଶିତ ହେବ ବୋଲି ବାରିପଦା ବନଖଣ୍ଡ ଅଧିକାରୀ ଏ ଉମାମହେଶ କହିଛନ୍ତି।

ଏହି ତାଲିମ କର୍ମଶାଳାରେ ବାରିପଦା ବନଖଣ୍ଡର ସମସ୍ତ ଅଧିକାରୀ ଅଂଶଗ୍ରହଣ କରିଥିଲେ।

Tags: #Mayurbhanj #Baripada #ElephantCensus #Odisha #Training

LEAVE A REPLY

Please enter your comment!
Please enter your name here