ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ଜରୁରୀକାଳୀନ ପରିସ୍ଥିତି ସମୟରେ ଓଡ଼ିଶାର ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀମାନଙ୍କୁ ମିଳିବ ପେନସନ। ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ ଜେଲ ଯାଇଥିବା ସଂଗ୍ରାମୀଙ୍କୁ ୨୦ ହଜାର ଟଙ୍କା ପେନସନ ଦେବେ ରାଜ୍ୟ ସରକାର। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ସଂଗ୍ରାମୀଙ୍କ ପେନସନ ସହିତ ସବୁପ୍ରକାର ମେଡିକାଲ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ। ୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସବୁ ସଂଗ୍ରାମୀ ଏହି ସୁବିଧା ପାଇବେ।
ଏହି ପେନସନ ନେଇ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏବେ ଏହାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।
୧୯୭୫ ମସିହା ଜୁନ୍ ୨୫ ତାରିଖରୁ ୧୯୭୭ ମସିହା ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ଏହାକୁ ବିରୋଧ କରି ଅନେକ ସଂଗ୍ରାମୀ ତଥା ରାଜନେତା ଦେଶର ବିଭିନ୍ନ ଜେଲରେ ବନ୍ଦୀ ହୋଇଥିଲେ।
Tags: #NationalEmergency #Prisoners #Pension #OdishaGovt