ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଚର୍ଚ୍ଚାରେ ମମତା କୁଲକର୍ଣ୍ଣି। କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ଵର ପଦରୁ ଇସ୍ତଫା ଦେଇଛନ୍ତି ମମତା କୁଲକର୍ଣ୍ଣି ଓରଫ ୟମାଇ ମମତା ନନ୍ଦଗିରି। ଏ ନେଇ ସେ ନିଜେ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି।

ମମତା କହିଛନ୍ତି, “ମୁଁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ଵର ପଦରୁ ଇସ୍ତଫା ଦେଉଛି। ମୁଁ ଗତ ୨୫ ବର୍ଷ ଧରି ସାଧ୍ଵୀ ରହିଆସିଛି, ଆଗକୁ ମଧ୍ୟ ରହିବି।”

ସେ ଆହୁରି କହିଛନ୍ତି, “ମୋତେ ମହାମଣ୍ଡଳେଶ୍ଵର ଭାବେ ସମ୍ମାନ ଦିଆଯାଇଥିଲା। ଏହ ଏମିତି ସମ୍ମାନ ଥିଲା, ସେମିତି କି ଜଣେ ୨୫ ବର୍ଷ ଧରି ସ୍ଵିମିଂ କରିଛି ଏବଂ ତାକୁ କୁହାଯାଉଛି ଆଜିଠାରୁ ଯେଉଁ ପିଲାମାନେ ସ୍ଵିମିଂ ଶିଖିବାକୁ ଆସିବେ ତାଙ୍କୁ ତୁମେ ସ୍ଵମିଂ ପ୍ରଶିକ୍ଷଣ ଦେବ। କିଛି ଲୋକ ଏହାକୁ ଗ୍ରହଣ କଲେ ନାହିଁ। ମୁଁ ୨୫ ବର୍ଷ ପୂର୍ବରୁ ସିନେ ଇଣ୍ଡଷ୍ଟ୍ରି ଛାଡ଼ି ସାରିଛି। ସନ୍ନ୍ୟାସିନୀ ହୋଇସାରିଛି। ମେକଅପ ଏବଂ ବଲିଉଡ ଇଣ୍ଡଷ୍ଟ୍ରିଠାରୁ ଦୂରେଇ ରହିଛି। ତଥାପି ମୁଁ କ’ଣ କରୁଛି, କାହିଁକି କରୁଛି ତାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ।”

ଗତ ଜାନୁଆରି ୨୫ ତାରିଖରେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ଵର ହୋଇଥିଲେ ମମତା କୁଲକର୍ଣ୍ଣି। ପ୍ରୟାଗରାଜର ମହାକୁମ୍ଭ ମେଳାରେ ବିଧିବଦ୍ଧ ଭାବେ ସନ୍ନ୍ୟାସିନୀ ଧର୍ମ ଗ୍ରହଣ କରିବା ପରେ କିନ୍ନର ଆଖଡ଼ାରେ ତାଙ୍କର ପଟ୍ଟାଭିଷେକ କରାଯାଇଥିଲା। ଆଖଡ଼ାର ପରମ୍ପରା ଅନୁଯାୟୀ, ମମତା କୁଲକର୍ଣ୍ଣିଙ୍କୁ ପ୍ରଥମ ଗେରୁଆ ବସ୍ତ୍ର ପିନ୍ଧାଯାଇଥିଲା। ପରେ ତାଙ୍କୁ ମାଳା ପିନ୍ଧାଗଲା।

ବୈଦିକ ମନ୍ତ୍ରୋଚାରଣ ପରେ ତାଙ୍କୁ ହଳଦୀ ଏବଂ ସିନ୍ଦୁରରେ ତିଲକ ଲଗା ଯାଇଥିଲା। ମମତାଙ୍କୁ କ୍ଷୀରରେ ସ୍ନାନ କରାଗଲା। ପରେ ତାଙ୍କୁ ପ୍ରଦାନ କରାଯାଇଥିଲା ମହାମଣ୍ଡଳେଶ୍ଵର ଉପାଧି। ଏଥିପାଇଁ ମମତାଙ୍କୁ ପିଣ୍ଡଦାନ ମଧ୍ୟ କରିବାକୁ ପଡ଼ିଥିଲା। ତେବେ ମାତ୍ର ୧୭ ଦିନ ମଧ୍ୟରେ ନିଜ ପଦରୁ ଇସ୍ତଫା ଦେଲେ ୟମାଇ ମମତା ନନ୍ଦଗିରି।

ପୂର୍ବରୁ ମମତାଙ୍କୁ ମହାମଣ୍ଡଳେଶ୍ଵର ଉପାଧି ପ୍ରଦାନ କରିବା ନେଇ ନାନା ପ୍ରଶ୍ନ ଉଠିଥିଲା। ମମତା କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ଵର ହେବା ପାଇଁ କାହିଁକି ବାଛିଲେ ବୋଲି ଏହାକୁ ନେଇ ମଧ୍ୟ ବିବାଦ ମୁଣ୍ଡ ଟେକିଥିଲା। ଲଗାତର ବିବାଦ, ବିରୋଧ ଏବଂ ଟ୍ରୋଲିଂ ବଢ଼ିଥିଲା। କିଛି ଦିନ ପୂର୍ବରୁ କିନ୍ନର ଆଖଡ଼ାରୁ ମଧ୍ୟ ତାଙ୍କୁ ବାହାର କରିଦିଆଯାଇଥିଲା।

Tags: #MamtaKulkarni #KinnarAkhara #Sadhvi #BollywoodStar #Mahamandaleshwar #Mahakumbh2025

LEAVE A REPLY

Please enter your comment!
Please enter your name here