ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି। ଏବେ ସେ ମୁମ୍ବାଇର ବାଏକୁଲ୍ଲାରେ ଜେଲରେ ଅଛନ୍ତି। ତେବେ ବଲିଉଡ ପାଇଁ ଏହା ନୂଆ ନୁହେଁ। ରିୟାଙ୍କ ପୂର୍ବରୁ ବଲିଉଡର ବହୁ ନାମିଦାମି କଳାକାର ମଧ୍ୟ  ଜେଲରେ ରହି ସାରିଛନ୍ତି।  ତେବେ ସେହି ବଲିଉଡ ଷ୍ଟାରମାନେ କେଉଁ ମାମଲାରେ ଜେଲ ଯାଇଥିଲେ ଆସନ୍ତୁ ଜାଣିବା।sanjay dutta

ସଞ୍ଜୟ ଦତ୍ତ

୯୦ଦଶକରେ ମୁମ୍ବାଇରେ ସିରିଏଲ ବିସ୍ଫୋରଣ ସମୟରେ ଘରେ ବେଆଇନ ଅସ୍ତ୍ର ରଖିଥିବାରୁ ସଞ୍ଜୟ ଦତ୍ତଙ୍କୁ ୫ ବର୍ଷ ଜେଲ ହୋଇଥିଲା।  ସେ ଜେଲକୁ ଯିବା ଏବଂ ସେଠାରୁ ବାହାରକୁ ଆସିବା ପରେଅନେକ ଆଲୋଚନା ହୋଇଥିଲା। ୨୦୧୭ ମସିହାରେ ସେ ପୁଣି ଫିଲ୍ମକୁ  ଫେରିଥିଲେ। ଦର୍ଶକ ବି ସଞ୍ଜୁଙ୍କୁ ଗ୍ରହଣ କରିଥିଲେ।

ଫରଦିନ ଖାନ

କିମ୍ବଦନ୍ତୀ ଅଭିନେତା ତଥା ନିର୍ଦ୍ଦେଶକ ଫିରୋଜ ଖାନଙ୍କ ପୁଅ ଫରିଦିନ ଖାନ ୧୯୯୮ରେ ଫିଲ୍ମ ‘ପ୍ରେମ ଆଙ୍ଗନ’ ଫିଲ୍ମରେ ଡେବ୍ୟୁ କରିଥିଲେ। କୋକେନ ସପ୍ଲାଇ ମାମଲାରେ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ଜେଲରୁ ବାହାରିବା ପରେ ତାଙ୍କ କ୍ୟାରିୟର ଭଲ ଚାଲିଥିଲା। ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ। ତଥାପି, ସେ ଷ୍ଟାର ହୋଇପାରିଲେନି।

ଜନ୍ ଅବ୍ରହାମ

୨୦୦୬ରେ  ଜନ୍ ଅବ୍ରହାମଙ୍କ  ବାଇକରେ ଧକ୍କା ଖାଇ ୨ ଜଣ ଗଭୀର ଆହତ ହୋଇଥିଲେ। ଦାୟିତ୍ୱହୀନ ଭାବେ ଗାଡ଼ି ଚଳାଇଥିବାର ତାଙ୍କ ଜରିମାନା ଦେବାକୁ ପଡ଼ିଥିଲା। ଏଥିସହ ସେ ୧୫ ଦିନ ଜେଲରେ ମଧ୍ୟ ବିତାଇଲେ। ତେବେ ଏହା କିନ୍ତୁ ତାଙ୍କ ଫିଲ୍ମ କ୍ୟାରିୟରକୁ ପ୍ରଭାବିତ କରି ନାହିଁ। ଜନଙ୍କ କ୍ୟାରିଅର୍ ଭଲ ଚାଲିଛି ଏବଂ ସେ ହିଟ୍ ଫିଲ୍ମ ଦେଉଛନ୍ତି।salman khan arrested

ସଲମାନ ଖାନ

ସଲମାନଙ୍କ ଉପରେ ଅନେକ ମାମଲା ଚାଲିଛି। ସବୁଠୁ  ଦୁଇଟି ବଡ ହେଲା କଳା ହରିଣର ଶିକାର। ଏହି କାରଣରୁ ସଲମାନ ମଧ୍ୟ ଜେଲରେ କିଛି ସମୟ ବିତାଇଛନ୍ତି। କିନ୍ତୁ ତାଙ୍କର ଲୋକପ୍ରିୟତା ଏବେ ରହିଛି। ସଲମାନଙ୍କ ପ୍ରତ୍ୟେକ ଫିଲ୍ମ ବକ୍ସ ଅଫିସରେ ୧୦୦ କୋଟିରୁ ଅଧିକ ରୋଜଗାର କରିଥାଏ ।

Comment