ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଅଶ୍ଳୀଳ ଭିଡିଓ ଭାଇରଲ ହେବା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ସାତ ମାସ ଭିତରେ ଅନ୍ତତଃ ଦଶଟି ଘଟଣା ସାମ୍ନାକୁ ଆସିଛି। ଆଶ୍ଚର୍ଯ୍ୟର ବିଷୟ ହେଲା ଇଣ୍ଟରନେଟରେ ଅଶ୍ଳୀଳ ଭିଡିଓ ନଛାଡ଼ିବା ପାଇଁ ପୋଲିସର ନିର୍ଦ୍ଦେଶାବଳୀ ସତ୍ତ୍ୱେ ଏହା ଘଟି ଚାଲିଛି। ଏଣୁ ପୋଲିସର ଯାବତୀୟ ପଦକ୍ଷେପ ସଫଳ ହୋଇପାରୁନାହିଁ।

ସୋସିଆଲ ମିଡିଆରେ ଅଧିକରୁ ଅଧିକ ଅଶ୍ଳୀଳ ଛବି ପ୍ରସାରିତ ହେବା ଘଟଣା ଏକ ରକମ ପୋଲିସର ନିଦ ହଜାଇଦେଇଛି। କେବଳ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ନୁହନ୍ତି, ମନୋରଞ୍ଜନ ଦୁନିଆ ସହିତ ସମ୍ପୃକ୍ତ ବ୍ୟକ୍ତିମାନେ ମଧ୍ୟ ଅଶ୍ଳୀଳ ଭିଡିଓକୁ ଜାଣିଶୁଣି ଭାଇରଲ କରୁଛନ୍ତି। ରିପୋର୍ଟ ଅନୁସାରେ ଗତ ଜାନୁଆରୀ ମାସଠାରୁ ଏ ଯାଏଁ ଟିଭି ସିରିଏଲର ଆକଟ୍ରେସ ଓ କଲେଜ ଛାତ୍ରଛାତ୍ରୀ ଦଶଟି ଭାଇରଲରେ ସମ୍ପୃକ୍ତ ଅଛନ୍ତି।

କମିଶନରେଟ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଅପରାଧୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଉ କିଛି ଘଟଣାରେ ପୀଡ଼ିତାଙ୍କ ଦ୍ୱାରା ମାମଲା ରୁଜୁ ହେବା ପରେ ଅପରାଧୀଙ୍କୁ ଗିରଫ କରାଯାଇଛି। ଆଉ କିଛି ଘଟଣାରେ ଅଭିଯୁକ୍ତ ଫେରାର ଅଛନ୍ତି। ଏହିଭଳି ଘଟଣାରେ ସୋସିଆଲ ମିଡିଆର ଦାୟିତ୍ୱ ଅଧିକ ବୋଲି ଟୁଇନ ସିଟି ଡିସିପି ଅନୁପ ସାହୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here