ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରୀ ୮ରେ ଚାଷୀ ପ୍ରସଙ୍ଗ ନେଇ ଦିଲ୍ଲୀରେ ଆନ୍ଦୋଳନ କରିବ ବିଜେଡି।
ଚାଷୀ ସମସ୍ୟାକୁ ନେଇ ଜାନୁଆରୀ ୮ରେ ଦିଲ୍ଲୀରେ ସଂସଦ ଆଗରେ ବିକ୍ଷୋଭ କରିବ ବିଜେଡି। ଏଥିରେ ସାମିଲ ହେବେ ଓଡ଼ିଶାର ବିଭିନ୍ନ କୃଷକ ସଙ୍ଗଠନ, ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଓ ଦଳୀୟ କର୍ମୀ।
ଧାନର ସର୍ବ ନିମ୍ନ ମୂଲ୍ୟ ବୃଦ୍ଧି ଓ ସ୍ଵମୀନାଥନ ରିର୍ପୋଟ ଲାଗୁ ପ୍ରସଙ୍ଗ ନେଇ ଦିଲ୍ଲୀ ଯାତ୍ରା କରିବ ବିଜେଡି। ଏନେଇ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ କେନ୍ଦ୍ର ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ସଞ୍ଜୟ ଦାସ ବର୍ମା, ପ୍ରତାପ ଜେନା ପ୍ରମୁଖ।
ବିଜୁ କୃଷକ ଜନତା ଦଳର ସଭାପତି ହେବା ପରେ ପ୍ରସନ୍ନ ଆଚାର୍ଯ୍ୟ ଏମ୍ଏସ୍ପି ପ୍ରସଙ୍ଗକୁ ନେଇ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି।
ଜାନୁଆରୀ ୬ରେ ଏକ ସ୍ଵତନ୍ତ୍ର ଟ୍ରେନ ଯୋଗେ ଦିଲ୍ଲୀ ଯାତ୍ରା କରିବେ ନେତା, କର୍ମୀ।