ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲୱମା ଆତଙ୍କବାଦୀ ଆକ୍ରମଣ ପରେ ଆକ୍ସନ ମୁଡ୍‌ରେ ରହିଛି ଭାରତ। ଏହି ଆକ୍ରମଣ ପାଇଁ ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିବା ପରେ ଭାରତ ପାକିସ୍ତାନ ଏବଂ ଜୈସ୍ ଉପରେ ତାତିକି ଅଛି।

ଭାରତ କିଛି ପଦକ୍ଷେପ ନେବା ପୂର୍ବରୁ ପାକିସ୍ତାନ ସରକାର ଜୈସ୍-ଏ-ମହମ୍ମଦ ଆତଙ୍କୀ ମୁଖ୍ୟାଳୟକୁ ନିଜ କବ୍‌ଜାକୁ ନେଇଛି। ଏହି ମୁଖ୍ୟାଳୟକୁ ସୁରକ୍ଷା ଦେବା ପାଇଁ ପଞ୍ଜାବ ସରକାର ଜୈସ୍‌-ଏ-ମହମ୍ମଦ ମୁଖ୍ୟାଳୟରେ ସୁରକ୍ଷା ବଳ ନିୟୋଜିତ କରିଛି।

ପାକିସ୍ତାନ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, “ପଞ୍ଜାବ ସରକାର ଜୈସ-ଏ-ମହମ୍ମଦ ମୁଖ୍ୟ କାର୍ଯ୍ୟାଳୟକୁ ନିଜ କବ୍‌ଜାକୁ ନେଇ ଯାଇଛନ୍ତି। ସେଠାରେ ପଞ୍ଜାବ ସରକାର କିଛି ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା।”

ଏଡି ମୁଖ୍ୟାଳୟରେ ପ୍ରାୟ ୬୦୦ ଛାତ୍ର ପଢ଼ୁଛନ୍ତି ଏବଂ ୭୦ ଜଣ ଶିକ୍ଷକ ଅଛନ୍ତି। ଏଣୁ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ପଞ୍ଜାବ ସରକାର ଏଠାରେ ସୁରକ୍ଷା ବଳକୁ ନିୟୋଜିତ କରିଛନ୍ତି।

LEAVE A REPLY

Please enter your comment!
Please enter your name here