ଓଡ଼ିଶାଲଇଭ୍ ବ୍ୟୁରୋ

ସୁସ୍ଥ ମଣିଷ ସୁସ୍ଥ ସମାଜ। ଏହାର ଅର୍ଥ ସମସ୍ତଙ୍କୁ ଜଣା। ଆଜିକା ସମାଜରେ ଅନେକ ଲୋକଙ୍କ ପାଖରେ ଟଙ୍କା ଅଛି ସବୁ କିଛି ଅଛି ମାତ୍ର ସେ ମଣିଷ ଖୁସି ନୁହଁ। ଏହାର କାରଣ ରୋଗ।

ପରିବେଶ ଏତେ ପ୍ରଦୂଷିତ ହୋଇଗଲାଣି ଯେ ମଣିଷକୁ ଅନେକ ପ୍ରକାରର ରୋଗ ହେଉଛି। ସବୁ ରୋଗ ଭିତରୁ ଗତ କିଛିବର୍ଷ ହେବ କ୍ୟାନସର୍‌ ଅବା କର୍କଟ ଏକ ବ୍ୟାଧି ଭଳି ବ୍ୟାପିବାରେ ଲାଗିଛି। ପ୍ରତିବର୍ଷ କର୍କଟ ରୋଗୀ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି।

ମହିଳା ମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ଏକ ସମସ୍ୟା ଭାବେ ଦେଖାଦେଇଥାଏ। ଏହି ରୋଗରେ ଆକ୍ରାନ୍ତ ହେବା କ୍ଷଣି ଯଦି ଚିକିତ୍ସା କରାଯାଇଥାଏ ତେବେ ସୁସ୍ଥ ହେବାର ସମ୍ଭାବନା ଅଧିକ ଥାଏ।

ନିକଟରେ ଏ ନେଇ ଏକ ସର୍ଭେ କରାଯାଇଥିଲା ଯେଉଁଥିରୁ ଜଣାପଡ଼ିଛି ଏମିତି କିଛି ଲକ୍ଷଣ ଅଛି ଯେଉଁଥିରୁ ଜଣାପଡିଥାଏ କି ଜଣେ ମହିଳା ସ୍ତନ କର୍କଟରେ ଆକ୍ରାନ୍ତ କି ନୁହଁ। ଯାହା ମହିଳାମାନେ ଘରେ ବସି ବି ଜାଣିପାରିବ। ଆସନ୍ତୁ ଜାଣିବା କେଉଁ ଲକ୍ଷଣରୁ ଜଣେ ମହିଳା ଜାଣିପାରିବ ସ୍ତନ କର୍କଟ ସମ୍ପର୍କରେ

ସ୍ତନରେ କୌଣସି ପ୍ରକାରର ବଧିରତା କିମ୍ବା ଗୋଟାଳିଆ ଅନୁଭବ କରିବା

କୌଣସି ପ୍ରକାରର ଏଲର୍ଜି

ଛୁଇଁଲେ ବଥା କିମ୍ବା କଷ୍ଟ ଅନୁଭବ କରିବା

ସ୍ତନର ଆକାରରେ କିଛି ପରିବର୍ତ୍ତନ

ଲଗାତାର ସ୍ତନରୁ ଚୋପାଛାଡ଼ିଲା ପରି ସମସ୍ୟା ଦେଖାଦେବା

ନିପଲରୁ ନସା ଝରିଲା ପରି ସମସ୍ୟା ଦେଖାଦେବା

ଯଦି ଉପରୋକ୍ତ ଲକ୍ଷଣରୁ କୌଣସି ବି ଲକ୍ଷଣ ମହିଳା ମାନେ ନିଜ କ୍ଷେତ୍ରରେ ଅନୁଭବ କରୁଛନ୍ତି ତେବେ ବିଳମ୍ବ ନକରି ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କାରଣ ଠିକ୍‌ ସମୟରେ ଯଦି ସ୍ତନ କର୍କଟର ଚିକିତ୍ସା କରାଯାଏ ତେବେ ରୋଗୀ ସୁସ୍ଥ ହୋଇପାରିଥାଏ। ଏହା ବ୍ୟତିତ ନିରୋଗର ରହିବା ଲାଗି ସୁସ୍ଥ ପରିବେଶ ସହ ସଚେତନ ହେବାର ଆବଶ୍ୟକତା ରହୁଛି। ଯାହାକୁ ପ୍ରତିବର୍ଗର ଲୋକେ କରିବା ଦରକାର।

LEAVE A REPLY

Please enter your comment!
Please enter your name here