ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେଡି ଛାଡ଼ିଲେ ବାବୁ ସିଂହ। ଭୁବନେଶ୍ୱର ବିଜେଡିର କାର୍ଯ୍ୟକାରୀ ସଭାପତି ଥିବା ବାବୁ ସିଂହ ବିଜେଡି ଛାଡ଼ିଛନ୍ତି। ଏନେଇ ବାବୁ ସିଂହ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ତେବେ ଦଳ ଛାଡ଼ିବାର କାରଣ ଇସ୍ତଫା ପତ୍ରରେ ଲେଖିନାହନ୍ତି। ସେ କେଉଁ ଦଳକୁ ଯିବେ ସେ ନେଇ କୌଣସି ସୂଚନା ଦେଇନାହାନ୍ତି।

ଶୁଣିବାକୁ ମିଳୁଛି,  ଭୁବନେଶ୍ୱର ଏକାମ୍ର ବିଧାନସଭା ଆସନରୁ ଲଢ଼ିବା ପାଇଁ ବାବୁ ସିଂହ ଥିଲେ ଆଶାୟୀ ପ୍ରାର୍ଥୀ। ତେବେ କାହିଁକି ସେ ଦଳ ଛାଡ଼ିଲେ ସେ ନେଇ କୌଣସି ପ୍ରତିକ୍ରିୟା ଜଣା ପଡ଼ିନାହିଁ। ଅନ୍ୟପକ୍ଷରେ ବିଜେଡି ଦଳ ତାଙ୍କୁ ହତାଦାର କରୁଥିବାରୁ ସେ ଦଳ ଛାଡ଼ିଛନ୍ତି ବୋଲି କୁହାଯାଇଛି।

ଗୋଟେପଟେ ବରିଷ୍ଠ କଂଗ୍ରେସ ନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳ ବିଜେଡିରେ ସାମିଲ ହୋଇଛନ୍ତି। ଅପର ପକ୍ଷରେ ବାବୁ ସିଂହ ଦଳ ଛାଡ଼ିବା ବିଜେଡି ଉପରେ କିପରି ପ୍ରଭାବ ପକାଉଛି ତାହା ଆଗକୁ ଦେଖିବାର ଅଛି।

LEAVE A REPLY

Please enter your comment!
Please enter your name here