ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବୁଥ ଆଗରେ ପୋଲିସ ମୁତୟନ।

ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରାୟତଃ ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ସୋରଡ଼ାରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ମତଦାନ ଚାଲିଥିବା ବେଳେ ଇଭିଏମ୍ ମେସିନ ଭଙ୍ଗାରୁଜା ଘଟଣାରେ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ ଥାନାରେ ଅଟକ ଅଛନ୍ତି। ହେଲେ ସେ ବିଜେଡି ଉପରେ ଦୋଷ ଲଦିଛନ୍ତି।

‘‘ଇଭିଏମ୍ ମୁଁ ନୁହେଁ ବିଜେଡି କର୍ମୀ ଭାଙ୍ଗିଥିବା ନୀଳମଣି କହିଛନ୍ତି’’। ଏବେ ଇଭିଏମ କିଏ ଭାଙ୍ଗିଲା ତାକୁ ନେଇ ରାଜନୀତି ଜୋର୍ ଧରିଛି।

ମତଦାନ ଚାଲିଥିବା ବେଳେ ହଠାତ୍ ଖବର ଆସିଲା ଯେ ରେଣ୍ଟି ଗାଁର ୧୮୨ ନମ୍ବର ବୁଥରେ ଇଭିଏମ ମେସିନ ଭଙ୍ଗାରୁଜା ହୋଇଛି। ଏହି ଘଟଣାରେ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କ ନାଁ ଉଠିଥିଲା। ନୀଳମଣିଙ୍କୁ ପୋଲିସ ଥାନାକୁ ଆଣି ଅଟକ ରଖିଥିଲା। ହେଲେ ନୀଳମଣି ଏହାକୁ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି, ‘‘ବିଜେଡି କର୍ମୀ ବୁଥ ରିଗିଂ କରୁଥିବା ଖବର ପାଇ ମୁଁ ଘଟଣାସ୍ଥଳକୁ ଆସିଥିଲି। ବିଜେଡି କର୍ମୀଙ୍କ ସହ କଥା କଟାକଟି ହୋଇଥିଲା। ଧସ୍ତିଧସ୍ତି ମଧ୍ୟ ହୋଇଥିଲା। ଏହି ଭିତରେ ବିଜେଡି କର୍ମୀ ହିଁ ଇଭିଏମ ଭାଙ୍ଗିଥିଲେ।’’

LEAVE A REPLY

Please enter your comment!
Please enter your name here