ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୨୫ ତାରିଖରେ ମାଓବାଦୀମାନେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ବନ୍ଦ ଡାକରା ଦେଇଛନ୍ତି। ନିକଟରେ ହୋଇଥିବା ପଡୁଆ ଏନ୍‌କାଉଣ୍ଟରରେ ୫ ଜଣ ଶସସ୍ତ୍ର ମାଓବାଦୀ ପ୍ରାଣ ହରାଇଥିଲେ। ଏହାକୁ ବିରୋଧ କରି ମାଓବାଦୀମାନେ ଆସନ୍ତା ମେ’ ୨୫ରେ ବନ୍ଦ ଡାକରା ଡାକିଛନ୍ତି।

ଏନେଇ ମାଓବାଦୀଙ୍କ ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପୋଶାଲ ଜୋନାଲ କମିଟି ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।

ଏଥିସହିତ ଗତ ମେ’ ୮ରେ ହୋଇଥିବା ପଡୁଆ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିବା ମାଓବାଦୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି କମିଟିର ସମ୍ପାଦକ ଗଣେଷ।

Comment