ଓଡିଶାଲାଇଭ୍ ବ୍ୟୁରୋ

ଉପକୂଳରେ ଗରମରୁ ସାମାନ୍ୟ ତ୍ରାହି, ପଶ୍ଚିମରେ ଏବେ ବି ତାତି ଅସମ୍ଭାଳ

ଗତ କିଛିଦନ ହେବ ରାଜ୍ୟରେ ଅତ୍ୟଧିକ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଅନେକ ସହରରେ ତାପମାତ୍ରା  ୪୦ଡିଗ୍ରୀ ଉପରେ ରହୁଛି। ଯଦିଓ ରବିବାର ହୋଇଥିବା କାଳବୈଶାଖୀ ପ୍ରଭାବରେ ଅନେକ ସ୍ଥାନରେ ତାପମାତ୍ରାରେ କିଛିଟା ହ୍ରାସ ହୋଇଛି, ତଥାପି ଅନେକ ସ୍ଥାନରେ ଆଜି ଗରମ ଲାଗି ରହିଛି।

ସେପଟେ ଉପକୂଳର କିଛି ଜିଲ୍ଲାରେ ତାମପାତ୍ରାରେ ସାମାନ୍ୟ ହ୍ରାସ ହୋଇଛି। ବିଶେଷ କରି ଉତ୍ତର ଓ ଉପକୂଳ ଜିଲ୍ଲାରେ ତାମପାତ୍ରା ୩୮ଡିଗ୍ରୀ ପର୍ଯ୍ୟନ୍ତ କମିଛି।

ସେପଟେ ପଶ୍ଚିମ ଓଡ଼ିଶାରେ ତାତିରେ କୌଣସି ଫରକ ଦେଖିବାକୁ ମିଳିନି। ସକାଳ ୧୦ଟା ପରେ ଘରୁ ବାହାରୁକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି। ପାଣିପାଗ ବିଭାଗର ସୂଚନାନୁସାରେ ଏଥର ମୌସୁମୀ କେରଳ ଛୁଇଁବାରେ ସାମାନ୍ୟ ବିଳମ୍ବ ହୋଇପାରେ।

LEAVE A REPLY

Please enter your comment!
Please enter your name here