(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପାଳନ ହେଉଛି ବୋଇତ ବନ୍ଦାଣ। ଓଡ଼ିଆ ଜାତିର ଏହି ମହାନ୍ ସାଂସ୍କୃତିକ ଓ ବାଣିଜ୍ୟିକ ପରମ୍ପରାକୁ ଆମେ ସ୍ମରଣ କରୁ କାର୍ତ୍ତିକ ପୂର୍ଣ୍ଣମା ଦିନ। ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନା଼ୟକ କଳା ମାଧ୍ୟମରେ ଏହି ପରମ୍ପରାକୁ ସ୍ମରଣ କରିଛନ୍ତି।

ଓଡ଼ିଶା ପର୍ଯ୍ୟଟନ ବିଭାଗ ପାଇଁ ସୁଦର୍ଶନ ଏହି ସ୍ବତନ୍ତ୍ର ବାଲୁକା ବୋଇତ ନିର୍ମାଣ କରି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ସେ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହି କଳାକୃତି ପ୍ରସ୍ତୁତ କରିଛନ୍ତି।

ବିଭିନ୍ନ ସମୟରେ ସ୍ଥାନୀୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ବିଷୟବସ୍ତୁକୁ ନେଇ ସୁଦର୍ଶନ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରସ୍ତୁତ କରି ଆସୁଛନ୍ତି। ବିଶେଷକରି ଅନେକ ସମୟରେ ଏହି କଳା ମାଧ୍ୟମରେ ବିଭିନ୍ନ ସାମାଜିକ ପ୍ରସଙ୍ଗ ଉଠାଇ ସେ ସାରା ପୃଥିବୀର ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି।

କୋଣାର୍କ ଉତ୍ସବ ଅବସରରେ ପ୍ରତିବର୍ଷ ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ-ଚନ୍ଦ୍ରଭାଗା ବେଳଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଆୟୋଜିତ ହୋଇ ଆସୁଛି। ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ସୁଦର୍ଶନଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡାର କରାଯାଇଛି।

 

 

 

LEAVE A REPLY

Please enter your comment!
Please enter your name here