ଓଡ଼ିଶାଲାଇଭ୍ ବ୍ୟୁରୋ

ଦ୍ୱାପର ଯୁଗର କାହାଣୀରେ ଅନ୍ୟତମ ପ୍ରମୁଖ ଚରିତ୍ର ମଥୁରାର ମହାରାଜା ଉଗ୍ରସେନ। କିନ୍ତୁ ଦୁର୍ଭାଗ୍ୟକୁ ନିଜ ପୁଅ କଂସ ତାଙ୍କୁ ଗାଦିଚ୍ୟୁତ କରି ନିଜକୁ ମଥୁରାର ମହାରାଜା ଭାବେ ଅଭିଷିକ୍ତ କରନ୍ତି। ଦେବକୀଙ୍କ ଅଷ୍ଟମ ଗର୍ଭରେ ଜନ୍ମ ହୋଇ ଭଗବାନ କୃଷ୍ଣ ଶେଷରେ ମାମୁ କଂସଙ୍କୁ ବଧ କରନ୍ତି। ଅସତ୍ୟ ଉପରେ ସତ୍ୟର ଜୟ ହୁଏ। କଂସଙ୍କ ନିଧନ ପରେ ପୁଣିଥରେ ଶାସନକୁ ଫେରନ୍ତି ଉଗ୍ରସେନ।

ବରଗଡ଼ ଧନୁଯାତ୍ରାରେ ଏହି ଉଗ୍ରସେନ ଚରିତ୍ରକୁ ୧୬ ବର୍ଷ ଧରି ଫୁଟାଇ ଆସୁଛନ୍ତି ଆର୍ତ୍ତତ୍ରାଣ ମହାପାତ୍ର। ପେସା ଚାକିରି, କିନ୍ତୁ ନିଶା ହେଉଛି ଅଭିନୟ। ଓଡ଼ିଶାଲାଇଭର ସିରିଜ ‘ବରଗଡ଼ ଧନୁଯାତ୍ରାର ଚରିତ୍ର’ କ୍ରମରେ ଜାଣନ୍ତୁ ଆର୍ତ୍ତତ୍ରାଣଙ୍କ ସଂକ୍ଷିପ୍ତ ଆତ୍ମକଥା। ଦେଖନ୍ତୁ ଭିଡିଓ।

Tags: #BargrhDhanuyatra #Dhanuyatra2025 #OdishaCulture #UgrasenCharacter #BargarhDhanuyatraCharacterSeries

Comment