ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅନ୍ୟ ଏକ ପ୍ରମୁଖ ଚରିତ୍ର ହେଉଛନ୍ତି ମା’ ଯଶୋଦା। ଯଶୋଦାଙ୍କ ଭୂମିକାରେ ଚଳିତ ବର୍ଷ ଅଭିନୟ କରିଛନ୍ତି ମୁଗ୍ଧା ଦାସ। ସେ ଜଣେ ନୃତ୍ୟଶିଳ୍ପୀ। ବିଭିନ୍ନ ମଞ୍ଚରେ ସମ୍ବଲପୁରୀ ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରି ସେ ପ୍ରଶଂସିତ ହୋଇଛନ୍ତି। ବିଟେକ୍ କରିବା ପରେ ଏବେ ସେ ଆଇନ ପାଠ୍ୟକ୍ରମର ଶେଷବର୍ଷର ଛାତ୍ରୀ।

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଶ୍ରୀକୃଷ୍ଣଙ୍କ ମା’ ଯଶୋଦାଙ୍କ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ ସେ ବେଶ୍ ଖୁସିପ୍ରକାଶ କରିଛନ୍ତି। ଦେଖନ୍ତୁ ଭିଡିଓ।

Tags: #BargrhDhanuyatra #Dhanuyatra2025 #OdishaCulture #Jashoda #MugdaDas #BargarhDhanuyatraCharacterSeries

Comment