ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଯୁକ୍ତ ୩ ସ୍ୱୟଂଶାସିତ କଲେଜ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ କଲେଜରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ। ଦିନ ୧୧ଟାରେ ଉଚ୍ଚ ଶିକ୍ଷା ଓ୍ୱେବସାଇଟ୍ରେ ତାଲିକା ପ୍ରକାଶ ପାଇବ। କଟ୍ ଅଫ୍ ମାର୍କରେ ଆସୁଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ରୁ ୨୪ ତାରିଖ ଯାଏଁ ହେବ।
ଅଗଷ୍ଟ୫ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟର ନାମଲେଖା ଅଗଷ୍ଟ ୬ରୁ ୧୧ ମଧ୍ୟରେ ନାମଲେଖା ହେବ।
ବଳକା ସିଟ୍ ପାଇଁ ଅଗଷ୍ଟ ୧୪ରେ ସ୍ପଟ୍ ସିଲେକ୍ସନ୍ ଓ ଅଗଷ୍ଟ ୧୭ରେ ନାମଲେଖା ହେବ। ଅଗଷ୍ଟ ୮ରୁ ଯୁକ୍ତ ୩ ପ୍ରଥମ ବର୍ଷ ବିଦ୍ୟାର୍ଥୀଙ୍କର ପାଠ୍ୟକ୍ରମ ଆରମ୍ଭ ହେବ।
ରାଜ୍ୟରେ ମୋଟ୍ ୧୦୪୭ଟି ଡିଗ୍ରୀ କଲେଜ ରହିଛି। ନାମଲେଖା ପାଇଁ ୨ ଲକ୍ଷ ୩୭ ହଜାର ୨୧୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୧୪ ହଜାର ୮୭୩ ଜଣ ଅନ୍ଲାଇନ୍ରେ ଫି’ ଦାଖଲ କରିଥିବା ସୂଚନା ମିଳିଛି।