ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଗଲେ ବିଭିନ୍ନ ରୋଗ ମାଡ଼ି ଆସେ। ରୋଗ ସହ ଲଢ଼ିବା ଶିକ୍ତ ମିଳେ ନାହିଁ। ସେଥିପାଇଁ ଇମ୍ୟୁନିଟି ପାୱର ବଢ଼ାଇବା ପାଇଁ ଦୈନିକ କେତୋଟି ଖାଦ୍ୟାଭ୍ୟାସ କରିବା ଜରୁରୀ।

ହଳଦୀ – ହଳଦୀରେ କରକ୍ୟୁମିନ୍ ନାମକ ପୋଷକ ତତ୍ତ୍ୱ ଭରପୂର ପରିମାଣରେ ରହିଛି। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ। କ୍ୟାନ୍ସର ରୋଗୀଙ୍କ ପାଇଁ ହଳଦୀ ଖୁବ୍ ଗୁଣକାରୀ। ଥଣ୍ଡା, ଜ୍ୱର, ଘା’, ଖଣ୍ଡିଆ ସବୁ ପାଇଁ ଏହା ଔଷଧ ଭଳି କାମ କରେ। 

ପାଳଙ୍ଗ– ଏଥିରେ ଫ୍ଲେଭୋନାଇଡ୍ସ୍, କେରୋଟେନାଇଡ୍ସ୍, ଭିଟାମିନ୍-ସି, ଭିଟାମିନ୍-ଇ ଆଦି ଗୁଣ ରହିଛି।

ଅମୃତଭଣ୍ଡା – ଅମୃତଭଣ୍ଡାରେ ପୋଟାସିୟମ୍, ଫୋଲେଟ୍, ଭିଟାମିନ୍-ବି ଏବଂ ଭିଟାମିନ୍-ସି ଭରି ରହିଛି। ଏଥିରେ ଥିବା ଡାଇଜେଷ୍ଟିଭ୍ ଏନ୍ଜାଇମ୍ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହିତ ପାଚନକ୍ରିୟାକୁ ବି ଠିକ୍ ରଖେ। 

ଦହି– ପ୍ରତ୍ୟେକ ଦିନ ଅଳ୍ପ ଟିକିଏ ଦହି ଖାଇଲେ ଇମ୍ୟୁନିଟି ସିଷ୍ଟମ୍ ଭଲ ରହେ। ଏହା ଶରୀରରେ ବ୍ୟାପୁଥିବା ବିଭିନ୍ନ ସଂକ୍ରମଣକୁ ମଧ୍ୟ ଦୂରେଇ ରଖେ।

LEAVE A REPLY

Please enter your comment!
Please enter your name here