ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ନିୟମିତ ଭାବରେ କାଢ଼ା ପିଇଲେ ଯକୃତ ଖରାପ ହେବାର କୌଣସି ପ୍ରମାଣ ନାହିଁ, ଏକଥା କହିଛି ଆୟୁଷ ମନ୍ତ୍ରାଳୟ। ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ ଏହା ଏକ ଭ୍ରାନ୍ତ ଧାରଣା ଓ କାଢ଼ାରେ ବ୍ୟବହୃତ ଉପାଦାନ ସବୁ ଘରେ ନିୟମିତ ରୋଷେଇରେ ବ୍ୟବହୃତ ହୋଇଥାଏ।

ତୁଳସୀ ପତ୍ର, ଡାଲଚିନି, ଲବଙ୍ଗ, ଗୋଲମରିଚ ଏସବୁ କାଢ଼ା ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଏ। ଏହା ଶ୍ୱାସ ପ୍ରକ୍ରିୟା ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଆୟୁଷ ମନ୍ତ୍ରାଳୟ ସଚିବ ବୈଦ୍ୟ ରାଜେଶ କୋଟେଚା ଏହା କହିଛନ୍ତି।tulsi kadha-1ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ମାସରେ ମନ୍ତ୍ରାଳୟ ପକ୍ଷରୁ କରୋନା ପୃଷ୍ଠଭୂମିରେ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ପାଇଁ ‘ନିଜେ କରି ଖାଆନ୍ତୁ’ ଶୀର୍ଷକ ଏକ ଗାଇଡ୍‌ଲାଇନ୍ ଜାରି କରାଯାଇଥିଲା। ଏଥିରେ ଦିନକୁ ଦୁଇ ଥର କାଢ଼ା ପିଇବା ପାଇଁ କୁହାଯାଇଥିଲା।ସଚିବ କହିଛନ୍ତି ଯେ, ଆୟୁର୍ବେଦ ଶାସ୍ତ୍ର ଓ ଆୟୁର୍ବେଦ ଡାକ୍ତରଙ୍କ ଅନୁଭୂତି, ଔଷଧୀୟ ଗୁଣ ଓ ପ୍ରଣାଳୀ ଆଦିକୁ ନେଇ ଏହି ପ୍ରୋଟୋକଲ ତିଆରି କରାଯାଇଥିଲା। କରୋନାକୁ ହରାଇବାକୁ ହେଲେ ଦେହର ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ଉପରେ ମନ୍ତ୍ରାଳୟ ପକ୍ଷରୁ ବରାବର ଗୁରୁତ୍ୱ ଦିଆଯାଇ ଆସିଛି।

Comment