ଓଡ଼ିଶାଲାଇଭ୍ ବ୍ୟୁରୋ

ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ନିହାତି ଜରୁରୀ। ତେବେ ବିଭିନ୍ନ ଋତୁରେ ଶରୀରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖାଦ୍ୟ ଖାଇବା ଉଚିତ। ଏହାଦ୍ଵାରା ଶରୀର ସୁସ୍ଥ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ତେବେ ଶୀତଦିନେ କେଉଁ ସବୁ ଖାଦ୍ୟ ଖାଇବା ଉଚିତ ଜାଣନ୍ତୁ…

ଡାଏଟ୍‌ରେ ଏମିନୋ ଏସିଡ୍ ସାମିଲ କରନ୍ତୁ

ଶୀତଦିନେ ସେରୋଟୋନିନ୍ ସ୍ତର କମିଗଲେ ଶରୀର ଅସୁସ୍ଥ ଲାଗିଥାଏ। ଏଣୁ ଖାଦ୍ୟରେ ଏମିନୋ ଏସିଡ୍ ସାମିଲ୍ କରନ୍ତୁ। ଏଥିପାଇଁ ପାଳଙ୍ଗ ଶାଗ, ମାଛ, ସବୁଜ ପନିପରିବା ଖାଆନ୍ତୁ।ଭିଟାମିନ୍ ‘ଡି’ ଯୁକ୍ତ ଖାଦ୍ୟ ଖାଆନ୍ତୁ

ଶୀତଦିନେ ଶରୀରରେ ଭିଟାମିନ୍ ‘ଡି’ର ଅଭାବ ଦେଖାଦିଏ। ତେଣୁ ଆପଣ ଭିଟାମିନ୍ ‘ଡି’ ଯୁକ୍ତ ଖାଦ୍ୟ ଖାଆନ୍ତୁ। ବିଭିନ୍ନ ପ୍ରକାର ସି ଫୁଡ୍, ସାଲ୍‌ମନ୍ ମାଛ ଖାଆନ୍ତୁ।

ଫଳ ଓ ପନିପରିବା ଖାଆନ୍ତୁ

ଶୀତଦିନେ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ମିଳିଥାଏ। ସେଥିରେ ପ୍ରଚୁର ମାତ୍ରାରେ ମିନେରାଲ୍ସ, ଭିଟାମିନ୍ ଓ ଫାଇଟୋକେମିକାଲ୍ସ ରହିଥାଏ, ଯାହାକି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ। ତେଣୁ ଆପଣ ଗାଜର, ଶିମଲା ଲଙ୍କା, ଡାଳିମ୍ବ, ସେଓ, କମଳା, ବ୍ରୋକୋଲି ଆଦି ପନିପରିବା ଓ ଫଳ ଖାଆନ୍ତୁ।ଭିଟାମିନ୍ ‘ସି’ ଯୁକ୍ତ ଖାଦ୍ୟ ଖାଆନ୍ତୁ

ଭିଟାମିନ୍ ‘ସି’ ବିଭିନ୍ନ ସଂକ୍ରମଣ, ଥଣ୍ଡା ଓ କଫ ସମସ୍ୟାରୁ ରକ୍ଷା କରିଥାଏ। ଏଥିସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ତେଣୁ ଶୀତଦିନେ ଲେମ୍ବୁଜାତୀୟ ବିଭିନ୍ନ ଫଳ, ଲଙ୍କା ଆଦି ଖାଆନ୍ତୁ।

Comment