ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସର ସଂକ୍ରମଣ ଏବେ ତୀବ୍ର ଗତିରେ ବ୍ୟାପୁଛି। ଏପରିସ୍ଥଳେ ସେଥିରୁ ରକ୍ଷା ପାଇବା ପାଇଁ ଠିକ୍ ଡାଏଟ୍ ନେବା ଖୁବ୍ ଜରୁରୀ। ଏଥିସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଜୁସ୍‌ ମଧ୍ୟ ପିଇବା ଆବଶ୍ୟକ। ଆସନ୍ତୁ ଜାଣିବା ୩ ପ୍ରକାର ଜୁସ୍‌ ସଂପର୍କରେ ଯାହାକୁ ଆପଣ ଖୁବ୍ ସହଜରେ ଘରେ ପ୍ରସ୍ତୁତ କରି ପିଇପାରିବେ।

BGU

ତୁଳସୀ: ତୁଳସୀ ସମସ୍ତଙ୍କର ବାଡ଼ି ବଗିଚାରେ ସହଜରେ ମିଳିଥାଏ।  ଏଥିରେ ଭିଟାମିନ୍‌, କ୍ୟାଲସିୟମ, ଲୌହ, ଆଣ୍ଟି ଅକ୍ସିଡାଣ୍ଟ,ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଭାଇରାଲ ଗୁଣ ଥାଏ। ତେଣୁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ। ତୁଳସୀର ଜୁସ୍‌ ପ୍ରସ୍ତୁତ କରିବା ଲାଗି ଗୋଟିଏ ଗ୍ଲାସ ପାଣିରେ ୧୫ଟି ତୁଳସୀ ପତ୍ର ପକାଇ ଫୁଟାନ୍ତୁ। ସେଥିରେ ଚିମୁଟାଏ ସୈନ୍ଧବ ଲବଣ, ୧ ଚାମଚ ମହୁ, ୧ ଚାମଚ ଅଦା ରସକୁ ମିଶାନ୍ତୁ। ଉଷୁମ ଥିବା ଅବସ୍ଥାରେ ପିଅନ୍ତୁ।

ଗିଲୋୟ: ଗିଲୋୟରେ ଗିଲୋଇନ୍‌, ଗ୍ଲୁକୋସାଇଡ୍ ଆଦି ତତ୍ତ୍ୱ ଥାଏ। ତେଣୁ ଏହାକୁ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଏ। ଏହାକୁ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହା ସହ ଥଣ୍ଡା, କାଶ, ଜ୍ୱରରୁ ମୁକ୍ତି ମିଳେ। ୪-୫ ଇଞ୍ଚ ଲମ୍ବା ଖଣ୍ଡେ ଗିଲୋୟ ଡାଳକୁ କାଟି ଆଣି ତାକୁ ୪୦୦ ମିଲିଗ୍ରାମ ପାଣିରେ ଫୁଟାନ୍ତୁ। ପାଣି ୧୦୦ ମିଲିଗ୍ରାମ ହେବା ଯାଏ ଫୁଟାଇବା ପରେ  ଉଷୁମ ଥିବା ଅବସ୍ଥାରେ ପିଅନ୍ତୁ।

ଭୃସଙ୍ଗପତ୍ର: ସାଧାରଣତଃ ଖାଦ୍ୟର ସ୍ୱାଦ ବୃଦ୍ଧି ପାଇଁ ଭୃସଙ୍ଗପତ୍ରକୁ ବ୍ୟବହାର କରାଯାଇଥାଏ। ତେବେ ଏହାର ଜୁସ୍‌ ମଧ୍ୟ ଶରୀର ପାଇଁ ହିତକାରକ। ଜୁସ୍‌ ପ୍ରସ୍ତୁତି ପାଇଁ ଏକ ଗ୍ଲାସ ପାଣିରେ ୧୦-୧୨ଟି ଭୃସଙ୍ଗପତ୍ର ପକାଇ ଫୁଟାନ୍ତୁ। ନଖ ଉଷୁମ ଅବସ୍ଥାରେ ତାକୁ ପିଅନ୍ତୁ। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବ।

Comment