ଓଡ଼ିଶାଲାଇଭ ବ୍ୟୁରୋ

ବରିଷ୍ଠ ସମ୍ଵାଦିକ ତଥା ‘ସମ୍ଵାଦ’ ସମ୍ପାଦକୀୟ ପୃଷ୍ଠାର ସମ୍ପାଦକ ରଣଜିତ ଗୁରୁଙ୍କ ପରରୋକ ଘଟିଛି। କିମ୍‌ସ ହସପ୍ସିଟାଲରେ ଚିକିତ୍ସାଧୀନ ଅବସ୍ଥା ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।

ସଂକ୍ରମଣ ଜନିତ ଅସିସ୍ଥତା ଯୋଗୁଁ ତାଙ୍କୁ ଅଗଷ୍ଟ ୧ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଶନିବାର ରାତି ପ୍ରାୟ ସାଢ଼େ ୧୨ଟାରେ ତାଙ୍କର ଦେହାନ୍ତ ହୋଇଥିଲା।

ତାଙ୍କ ମୃତ୍ୟୁ ସାରା ସାମ୍ଵାଦିକ ମହଲକୁ ସ୍ତବ୍ଧ କରିଦେଇଛି। ‘ସମ୍ଵାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବହୁ ବରିଷ୍ଠ ସମ୍ଵାଦିକ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here