ଓଡ଼ିଶାଲାଇଭ ବ୍ୟୁରୋ

“ସାମ୍ଵାଦିକମାନଙ୍କର ସ୍ଵାଧୀନତାକୁ ଆମକୁ ବଞ୍ଚାଇ ରଖିବାକୁ ପଡ଼ିବ। ଏଥିପାଇଁ ଆମକୁ ସମାଜର ନିମ୍ନ ବର୍ଗର ଲୋକମାନଙ୍କ ସହ ଯୋଡ଼ି ହେବାକୁ ପଡ଼ିବ। ହେଲେ ବର୍ତ୍ତମାନ ଟେଲିଭିଜନ ମିଡିଆ ହେଉ କି ଖବରକାଗଜ ହେଉ ସେମାନେ ଏବେ ଗୋଟିଏ ବ୍ୟକ୍ତି ବିଶେଷ ଓ ସରକାରୀ ସଂସ୍ଥା ଉପରେ ବେଶି ଗୁରୁତ୍ଵ ଦେଉଛନ୍ତି। ଯଦି ଆମକୁ ସାମ୍ଵାଦିକମାନଙ୍କର ସ୍ଵାଧୀନତା ବଞ୍ଚାଇ ରଖିବାର ଅଛି ତେବେ ଆମକୁ ସେହି ନିମ୍ନ ବର୍ଗର ଲୋକମାଲଙ୍କ ପାଖରେ ପହଞ୍ଚିବାକୁ ପଡ଼ିବ“୨୦୧୭ ମେ ୯ ପ୍ରେସ ଦିବସ ଅବସରରେ ଓଡ଼ିଶାଲାଇଭ ଟିମ୍‌କୁ କହିଥିଲେ ବରିଷ୍ଠ ସାମ୍ଵାଦିକ ଦିଲୀପ ଶତପଥୀ।

ସେ ଆହୁରି ମଧ୍ୟ କହିଥିଲେ, “ପ୍ରେସ ସ୍ଵାଧୀନତା କହିଲେ କେବଳ ଆମେ ସ୍ଵାଧୀନ ଭାବରେ ମତ ପ୍ରକାଶ କରିବୁ ତାହା ନୁହେଁ। ଆମକୁ ଗଣମାଧ୍ୟମର ସ୍ଵାଧୀନତା ରକ୍ଷା କରିବାକୁ ହେଲେ ସାଧାରଣ ଜନତାଙ୍କ ଖବର ଦେଖାଇବାକୁ ହେବ। ତାଙ୍କ ବିଶ୍ଵାସର ପାତ୍ର ହେବାକୁ ପଡ଼ିବ। ତେବେ ଯାଇକି ଗଣମଧ୍ୟମ ତା’ର ସ୍ଵାଧୀନତା ବଜାୟ ରଖିବ।“

ହେଲେ ଏଭଳି ମହାନ ଚିନ୍ତାଧାରା ରଖୁଥିବା ଜଣେ ବରିଷ୍ଠ ସାମ୍ଵାଦିକ ଆଜି ଆମ ଗହଣରେ ନାହାନ୍ତି। ରବିବାର ବିଳମ୍ଵିତ ରାତିରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀ।

ରବିବାର ରାତିରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ।

ଦିଲୀପ ଶତପଥୀ ଓଡ଼ିଶାର ଜଣେ ଜଣାଶୁଣା ସମ୍ବାଦିକ ଥିଲେ। ସେ ଅର୍ଥନୀତି ସାମ୍ବାଦିକତା ବା ଇକୋନୋମିକ୍ସ ଜର୍ଣ୍ଣାଲିଜିମ୍‌କୁ ନିଜ କ୍ୟାରିୟର ହିସାବରେ ବାଛିଥିଲେ। ସେ ଦୀଘର୍ ବର୍ଷ ଧରି ବିଜିନେସ୍‌ ଷ୍ଟାଣ୍ଡର୍ଡର ବିଭିନ୍ନ ପଦପଦବୀରେ ରହି ଓଡ଼ିଶା ମୁଖ୍ୟ ହିସାବରେ ବହୁ ବର୍ଷ ଧରି କାର୍ଯ୍ୟ କରୁଥିଲେ।

ଦିଲୀପ ଶତପଥୀ ଜଣେ ପ୍ରତିଷ୍ଠିତ ସାମ୍ବାଦିକ ଥିଲେ। କେବଳ ଅର୍ଥନୀତି, ଶିଳ୍ପ ଓ ବାଣିଜ୍ୟ ବିଷୟ ନୁହେଁ, ରାଜନୀତିକ ସାମାଜିକ କ୍ଷେତ୍ର, ଶିକ୍ଷା ଓ ଅନ୍ୟାନ୍ୟ ବିଷୟରେ ବି ସେ ଦକ୍ଷ ଥିଲେ। ଗତ କିଛିବର୍ଷ ଧରି ଟିଭି ଡିବେଟ୍‌ରେ ଓ ପ୍ୟାନେଲ୍‌ ଡିସ୍କସନ୍‌ରେ ସେ ଜଡ଼ିତ ଥିଲେ।

(ବରିଷ୍ଠ ସାମ୍ଵାଦିକ ଦିଲୀପ ଶତପଥୀଙ୍କ ବିୟୋଗରେ ଓଡ଼ିଶାଲାଇଭ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି)

LEAVE A REPLY

Please enter your comment!
Please enter your name here