ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ଖୁସି ଖବର। ଜୁନ୍ ପହିଲାରୁ ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥବୀମା ଯୋଜନା’ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ନିର୍ଦ୍ଦେଶ। କର୍ମଜୀବୀ ସାମ୍ବାଦିକଙ୍କ ସମେତ ତାଙ୍କ ପରିବାରର ୫ ଜଣ ସଦସ୍ୟ ଏହି ଯୋଜନାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇବେ।

ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ୩,୨୩୩ ଜଣ ସାମ୍ବାଦିକଙ୍କୁ ସାମିଲ କରାଯାଇଛି। ସ୍ୱାସ୍ଥ୍ୟବୀମା କାର୍ଡଗୁଡ଼ିକ ସଂପୃକ୍ତ ସାମ୍ବାଦିକମାନଙ୍କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଜରିଆରେ ବଣ୍ଟନ କରାଯିବ। ହିତାଧିକାରୀମାନେ ସେମାନଙ୍କ ସ୍ୱାସ୍ଥ୍ୟବୀମା  ଆଇଡେଣ୍ଟିଫିକେସନ ନମ୍ବର ବ୍ୟବହାର କରି ଏହି ସୁବିଧା ପାଇପାରିବେ।

Comment