ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରୋଧରେ ଉତ୍‌କ୍ଷିପ୍ତ ହୋଇ ନିଜର ୬ ବର୍ଷର ପୁଅକୁ ହତ୍ୟା କରିଛି ବାପା। ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଲାବଣ୍ୟଦେଇପୁର ଗାଁରେ।

ମଙ୍ଗଳବାର ଲାବଣ୍ୟଦେଇପୁର ଗାଁର ମଧୁ ସିଂ ହେମ୍ବ୍ରମଙ୍କ ବିଲରେ ଗୋରୁ ବାନ୍ଧିବାକୁ ନେଇ ଜଣେ ବ୍ୟକ୍ତିଙ୍କ ସହ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଉକ୍ତ ବ୍ୟକ୍ତିଙ୍କୁ ମାରିବା ପାଇଁ ଧମକ ଦେଇଥିଲେ ମଧୁ।

ଏହା ପରେ ରାଗରେ ଘରକୁ ଫେରିବା ପରେ ନିଜ ପୁଅ କାନ୍ଦୁଥିବାର ଦେଖି ଅଧିକ ରାଗି ଯାଇଥିଲା ମଧୁ। ରାଗରେ ଉତକ୍ଷିପ୍ତ ହୋଇ ପୁଅକୁ ଅମାନୁଷିକ ଭାବେ ତଳେ କଚାଡ଼ି ଦେଇଥିଲେ। ଖାଲି ସେତିକି ନୁହେଁ, ଏହା ପରେ ପୁଅକୁ ପୋଖରୀ ପାଣିରେ ବୁଡ଼ାଇ ପୋଖରୀ ହୁଡ଼ାରେ କଚାଡ଼ି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ପିଲାଟିର ମୃତ୍ୟୁ ହୋଇଥିଲା।

ପୁଅକୁ ହତ୍ୟା କରିବା ପରେ ମୃତ ଦେହକୁ ପାଖ ଜମିରେ ଫୋପାଡ଼ି ଦେଇଥିଲା ମଧୁ ହେମ୍ବ୍ରମ। ଗ୍ରାମବାସୀ ଏବିଷୟରେ ଖବର ପାଇ ପୋଲିସ୍‌କୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମଧୁ ହେମ୍ବ୍ରମକୁ ଗିରଫ କରିବା ସହ ମୃତଦେହକୁ ଜବତ କରିଛି।

LEAVE A REPLY

Please enter your comment!
Please enter your name here