ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାକୁ ପୁଣି ଆସିଲା ବାଘୁଣୀ ଜିନ୍ନତ। ପଶ୍ଚିମବଙ୍ଗ ଆଲିପୁର ଚିଡ଼ିଆଖାନାରୁ ଜିନତକୁ ବନ ବିଭାଗ ଟିମ୍ ଶିମିଳିପାଳ ଆଣିଛନ୍ତି। ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଗତ ବର୍ଷ ନଭେମ୍ବର ୧୪ ତାରିଖରେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟକୁ ଆସିଥିଲା ଜିନତ। ତେବେ ଗତ ଡିସେମ୍ବର ମାସରେ ଶିମିଳିପାଳ ଅଭୟାରଣ୍ୟରୁ ଚାଲିଯାଇଥିଲା ବାଘୁଣୀ ଜିନତ।
ଜିନତ ଝାଡ଼ଖଣ୍ଡ ଚାଲିଯାଇଥିବା ଜଣାପଡ଼ିବା ପରେ ତାକୁ ଓଡ଼ିଶା ଫେରାଇ ଆଣିବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଜିନତକୁ ଟ୍ରାଙ୍କୁଲାଇଜ କରି ୨ ଦିନ ହେଲା ପଶ୍ଚିମବଙ୍ଗର ଆଲିପୁର ଚିଡ଼ିଆଖାନାରେ ରଖାଯାଇଥିଲା।
ଆଲିପୁର ଚିଡ଼ିଆଖାନାରୁ ସ୍ଵତନ୍ତ୍ର ଗାଡ଼ି ଯୋଗେ ଜିନତକୁ ଶିମିଳିପାଳ ଅଣାଯାଇଛି। ଜିନତକୁ ଦକ୍ଷିଣ ଡିଭିଜନର ସଫ୍ଟ ଏନକ୍ଲୋଜରରେ ତାକୁ ଛଡ଼ାଯିବ। ବାଘୁଣୀ ଯମୁନା ରହୁଥିବା ଏନକ୍ଲୋଜର ଜିନତର ଅସ୍ଥାୟୀ ଠିକଣା ହେବ। ଏଠାରେ ଜିନତ କିଛି ଦିନ ରହିବା ପରେ ତାକୁ ଜଙ୍ଗଲ ଭିତରେ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
Tags: #SimilipalTigerReserve #Mayurbhanj #Tigress #Jinat #Odisha


















