ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୋତେ କ୍ଷମା ମାଗନ୍ତୁ ହ୍ରିତିକ”-କଙ୍ଗନା

ଦୁଇ ବର୍ଷ ଧରି ହ୍ରିତିକ ରୋଶନ ମୋ ଜୀବନକୁ ନର୍କ କରିଦେଇଥିଲେ, ଏଭଳି ଅଭିଯୋଗ କରିଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ। ସେ କହିଛନ୍ତି, ହ୍ରିତିକ ରୋଶନ ମୋ ପ୍ରାଇଭେଟ୍ ଇ-ମେଲ ଲିକ୍ କରିବା ପରେ ମୁଁ ରାତି ରାତି ଅନିଦ୍ରା ରହିଛି, ସାରା ରାତି କାନ୍ଦି କାନ୍ଦି କଟାଇଛି। ତାଙ୍କୁ ମୁଁ କଦାପି କ୍ଷମା କରିପାରିବି ନାହିଁ।  ସତ ବାହାରିବା ଯାଏଁ ମୋ ଲଢେଇ ଜାରିରହିବ ବୋଲି କହିଛନ୍ତି କଙ୍ଗନା।
ଏହାପରେ ପୁଣିଥରେ ତେଜିଛି ହ୍ରିତିକ ରୋଶନ ଓ କଙ୍ଗନାଙ୍କ ବିବାଦ। ଏକ ଟିଭି ସୋ’ରେ କଙ୍ଗନା କହିଛନ୍ତି ହ୍ରିତିକଙ୍କ ସହ ଚାଲିଥିବା ବିବାଦ ଶେଷ ହୋଇନାହିଁ। ‘
‘କୁଇନ’ର ନାୟିକା କହିଛନ୍ତି, “ମୁଁ କିଛି ଭୁଲ କରିନାହିଁ। ମୋ ଇମେଲ୍ ପାସଓ୍ୱାଡ୍ ହ୍ୟାକ୍ କରି ସେ ତା’ର ଅପବ୍ୟବହାର କରିଛନ୍ତି। ମୋ ଆକାଉଣ୍ଟରୁ ତାଙ୍କ ପାଖକୁ ଅନେକ ଇମେଲ୍ ପଠାଇ ମୋର ଚରିତ୍ର ସଂହାର କରିଛନ୍ତି।” ମୋତେ ଯେଭଳି ଭାବେ ଅପମାନିତ କରିବା ସହ ମୋର ସମ୍ମାନହାନୀ କରିଛନ୍ତି, ସେଥିପାଇଁ ମୋତେ ସେ କ୍ଷମା ମାଗନ୍ତୁ ବୋଲି କହିଛନ୍ତି କଙ୍ଗନା।
କଙ୍ଗନା​​‌ କହିଛନ୍ତି, ସତ ଦିନେ ନା ସାମନାକୁ ଆସିବ। ଏ ନେଇ ମୁଁ ତାଙ୍କ ବାପାଙ୍କୁ ଅଭିଯୋଗ କରିଥିଲି। ସେ ମୋତେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବି କିଛି କରିନାହାନ୍ତି। ନ୍ୟୁୟର୍କରେ ଥିବା ବେଳେ କିଛି ଇମେଲ ମୁଁ କରିଥିଲି, ହେଲେ ସେ ମୋ ପାସଓ୍ୱାଡକୁ ବ୍ୟବହାର କରି ଅନେକଗୁଡିଏ ମେଲ ନିଜ ଆଡ୍ରେସରେ ପଠାଇଥିବା କହିଛନ୍ତି କଙ୍ଗନା।
କେବଳ ସେତିକି ନୁହେଁ, ସେ ଅଭିଯୋଗ କରିଛନ୍ତି ଯେ ବଲିଉଡରେ ମୋର ପ୍ରତିଷ୍ଠାକୁ ସେ ନଷ୍ଟ କରିବାକୁ ଉଦ୍ୟମ କରିଛନ୍ତି। ଇଣ୍ଡଷ୍ଟ୍ରିର କିଛି ଲୋକ ମୋତେ ଧମକ ଦେଇଆସୁଛନ୍ତି ଏବଂ ହ୍ରିତିକଙ୍କୁ ଭୁଲ ମାଗିବାକୁ ଚାପ ପକାଉଛନ୍ତି। ହେଲେ ମୁଁ ଭୁଲ ମାଗିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି କଙ୍ଗନା।
ମୋତେ ଯିଏ ଯାହା କହୁ, ମୋର ପରୱା ନାହିଁ। ମୁଁ ମିଛ ଅପବାଦରେ ଡରିଯାଇନାହିଁ ବୋଲି କହିଛନ୍ତି କଙ୍ଗନା।
କଙ୍ଗନା ସ୍ୱୀକାର କରିଛନ୍ତି ଯେ ସେ ହ୍ରିତିକଙ୍କୁ ଅତି ମାତ୍ରାରେ ଭଲ ପାଉଥିଲେ। ଦୁହିଁଙ୍କ ଭିତରେ ଭଲ ସଂପର୍କ ଥିଲା। ଅନେକ ଇମେଲ ପରସ୍ପରକୁ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ହ୍ରିତିକ।
ବହୁଦିନ ପରେ ପୁଣି ଥରେ ରୁପେଲୀ ପରଦାକୁ ଆସୁଛନ୍ତି କଙ୍ଗନା। ହଂଶଲ ମେହେଟାଙ୍କ ‘ସିମରନ୍’ ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ଭାବେ ସେ ଅଭିନୟ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୧୫ ତାରିଖରେ ଏହି ଫିଲ୍ମ ରିଲିଜ ହେବ।
ସୂଚନା ଯୋଗ୍ୟ ଯେ ଗତବର୍ଷ ବଲିଉଡ୍ ଷ୍ଟାର ହ୍ରିତିକ ରୋଶନ ଓ କଙ୍ଗନା ରାନାଓ୍ୱତଙ୍କ ମଧ୍ୟରେ ବିବାଦ କୋର୍ଟରେ ପହଞ୍ଚିଥିଲା।
ହ୍ରିତିକ ଅଭିଯୋଗ କରିଥିଲେ ଯେ କଙ୍ଗନାଙ୍କ ଏକତରଫା ପ୍ରେମ ତାଙ୍କୁ ମାନସିକ ଯନ୍ତ୍ରଣା ଦେଇଛି।
 କଙ୍ଗନା ନିଜର ନଗ୍ନ ଫଟୋ ମଧ୍ୟ ଇମେଲ କରିଥିବା କହିଥିଲେ ହ୍ରିତିକ। ପ୍ରତି ୬ ମିନିଟରେ ତାଙ୍କ ପାଖକୁ ଗୋଟିଏ ଇମେଲ ପଠାଯାଇଥିବା ସେ କହିଥିଲେ। ଏପରକି କଙ୍ଗନାଙ୍କ କିଛି ଇମେଲ ପ୍ରଘଟ ମଧ୍ୟ କରିଥିଲେ ହ୍ରିତିକ।
ଏହି ଅଭିଯୋଗକୁ ଖଣ୍ଡନ କରିବା ସହ କଙ୍ଗନା ପାଲଟା ଅଭିଯୋଗ ଆଣିଥିଲେ, ତାଙ୍କ ଇମେଲ ଆକାଉଣ୍ଟକୁ ହ୍ୟାକ୍ କରି ମିଛ ଇମେଲ ପଠାଇ ହ୍ରିତିକ ତାଙ୍କ ଚରିତ୍ର ସଂହାର କରିଛନ୍ତି। ଏହା ତାଙ୍କୁ ମାନସିକ ନିର୍ଯାତନା ଦେଇଛି।

Tags:Kangana Ranawat, Hrithik Roshan, Bollywood, Kangana vs Hrithik, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories