ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହଙ୍ଗା ପଡ଼ିଲା ଅନ୍ତର୍ଜାତୀୟ ସ୍ତରରେ ଦୟନୀୟ ପ୍ରଦର୍ଶନ।
ଶେଷରେ ବହିଷ୍କାର ହେଲେ ଭାରତୀୟ ହକି ଟିମର କୋଚ୍ ରୋଏଲାଣ୍ଟ ଓଲ୍‌‍ଟମାନ୍‌ସ । ତାଙ୍କ ଜାଗାରେ ଅସ୍ଥାୟୀ କୋଚ ଭାବେ ଦାୟିତ୍ୱ ତୁଲାଇବେ ହାଇ ପରଫର୍ମାନ୍‌‍ସ ଡ଼ିରେକ୍ଟର ଡେଭିଡ୍ ଜନ୍। ନୂଆ କୋଚ୍ ନିଯୁକ୍ତି ହେବା ଯାଏଁ ଜନ୍ ଏହି ଦାୟିତ୍ୱ ସମ୍ଭାଳିବେ।
ଓଲ୍‌‍ଟମାନ୍‌ସଙ୍କ ନେତୃତ୍ୱରେ ହକି ଟିମର ଫିଟନେସ୍ ବଢ଼ିଥିଲା। ଆଉ ଦଳ ଏକଜୁଟ୍ ହୋଇଥିଲା। ମାତ୍ର ଦଳର ପ୍ରଦର୍ଶନ ଉତ୍ସାହଜନକ ନ ଥିଲା। ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ତାଙ୍କୁ କୋଚ ପଦବୀରୁ ବିଦା କରାଯାଇଛି।
ହକି ଇଣ୍ଡିଆର ହାଇ ପରଫର୍ମାନ୍‌ସ ଏବଂ ଡେଭଲପମେଣ୍ଟ କମିଟିର ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।
୧୦ ବର୍ଷ ତଳେ କୋଚ ଡଚମ୍ୟାନଙ୍କୁ ବହିଷ୍କାର କରାଯାଇଥିଲା।
ସେ ୨୦୧୩ରେ ଭାରତୀୟ ହକି ଦଳରେ ହାଇ ପରଫର୍ମାନ୍‌ସ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ତାଙ୍କୁ ମୁଖ୍ୟ କୋଚ ଭାବେ ନିଯୁକ୍ତି ଦିଆଯାଇଥିଲା।
”୨୦୧୬,୨୦୧୭ରେ ଭାରତୀୟ ହକି ଟିମର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ଏଣୁ କମିଟି ଏହାକୁ ନେଇ ଅସନ୍ତୁଷ୍ଟ ରହିଥିଲା। ହକି ଇଣ୍ଡିଆର ଭବି୍ୟେତକୁ ଦୃଷ୍ଟିରେ ରଖି କମିଟି ଏହି ନିଷ୍ପତ୍ତି ନେଇଛି”, କହିଛନ୍ତି ହକି ଇଣ୍ଡିଆ ଚୟନ କମିଟି ଅଧ୍ୟକ୍ଷ ହରବିନ୍ଦର ସିଂହ।
”ବହିଷ୍କାର ହେବା ପାଇଁ ମୁଁ ସବୁବେଳେ ପ୍ରସ୍ତୁତ ହୋଇ ରହିଥିଲି। ଯେତେ ବିଦେଶୀ ଭାରତୀୟ ହକି ଟିମର କୋଚ ଦାୟିତ୍ୱ ନେଇଛନ୍ତି ସେମାନେ ଜାଣିଛନ୍ତି ଯେ ଏଠାରେ ସ୍ୱାଧୀନତାର ସହ କିଛି କରିହେବ ନାହିଁ। ଯେତେବେଳେ ମୁଁ ନିଯୁକ୍ତି ପାଇଲି ସେତେବେଳେ ଧରି ନେଇଥିଲି ଯେ, ଦିନେ ନା ଦିନେ କେହି ମୋତେ ବହିଷ୍କାର କରିବେ”, ଏହା କହିଛନ୍ତି ବହିଷ୍କୃତ ହୋଇଥିବା କୋଚ ଓଲ୍‌ଟମାନ୍ସ।
ଅତୀତରେ ବିଦେଶୀ କୋଚ ରିକ୍ ଚାର୍ଲିସୱର୍ଥ, ସ୍ପାନିୟାର୍ଡ, ମାଇକେଲ ନୋବସ୍, ଟେରି ୱାଲସ୍, ପାଉଲ ଭାନ୍ ଆସଙ୍କୁ ମଧ୍ୟ କାର୍ଯ୍ୟକାଳ ପୂର୍ବରୁ ବିଦା କରିଦିଆଯାଇଥିଲା।

Tags: Roelant Oltmans, David John, Hockey India, Hockey, Hockey Coach, Sports, Indian Sports, Harbinder Singh, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

 

LEAVE A REPLY

Please enter your comment!
Please enter your name here