ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ସମସ୍ୟା ଦୂର ହେବା ନାମ ଧରୁନାହିଁ। ହ୍ରିତ୍ୱିକ୍ ରୋଶନଙ୍କ ସହ ବିବାଦକୁ ନେଇ ରିତିକଁକ୍ ପୁର୍ବ ପତ୍ନୀ ସୁଜାନ କଙ୍ଗନାଙ୍କୁ ଝାଡ଼ିବା ପରେ ଗାୟିକା ସୋନା ମହାପାତ୍ର ମଧ୍ୟ ମୁହଁ ଖୋଲିଛନ୍ତି। ସେହି ପୁରୁଣା ବିବାଦକୁ ପୁଣି ଥରେ ଉଠାଇଥିବାରୁ ବଲିଉଡର ରାଣୀ କଙ୍ଗନାଙ୍କ ଉପରେ ବର୍ଷିଛନ୍ତି।
ସୋନା କୌଣସି ନା କୌଣସି ପ୍ରସଙ୍ଗରେ ନିଜର ସ୍ପଷ୍ଟ ମତ ରଖିଥା’ନ୍ତି। ସୋନାଙ୍କ କହିବା କଥା, କଙ୍ଗନା ନିଜ ପ୍ରଚାର ପାଇଁ ଓ ଶସ୍ତା ଲୋକପ୍ରିୟତା ହାସଲ କରିବା ପାଇଁ ଏହିଭଳି କରୁଛନ୍ତି। ଏହା ଆଦୌ ଠିକ୍ ନୁହେଁ ବୋଲି ତାଙ୍କ ମତ।
“ବଲିଉଡର ରାଣୀ ବନିବା ପୂର୍ବରୁ ତୁମେ କ’ଣ ଥିଲ ଓ ଏବେ ନିଜ ପ୍ରେମ, ବିବାହ ଆଦିକୁ ନେଇ ଦିନରାତି ଯେଉଁଭଳି ସର୍ବ ସାଧାରଣରେ ଲୁଗା କାଚୁଚ ତାହା ଶସ୍ତା ଲୋକପ୍ରିୟତା ହାସଲ ଛଡ଼ା ଅନ୍ୟ କିଛି ନୁହେଁ”, କହିଛନ୍ତି ସୋନା।
କଙ୍ଗନା ଆଗାମୀ ଫିଲ୍ମ ସିମ୍‌ରନର ରିଲିଜ ପୂର୍ବରୁ ଅତୀତର ରୋମାନସ୍, ହ୍ରିତ୍ୱିକ୍‌ଙ୍କ ସହ ହୋଇଥିବା ଝଗଡାକୁ ନେଇ ପୁଣି ଥରେ କହିବା ଆରମ୍ଭ କରିଛନ୍ତି। ଖାଲି ସେତିକି ନୁହେଁ, କରଣ ଜୋହରଙ୍କ ପ୍ରିୟାପ୍ରୀତି ବିବାଦରେ ମଧ୍ୟ କଙ୍ଗନା କିଛି ରୁଚିହୀନ କଥା କହିଥିଲେ। ଆଦିତ୍ୟ ପାଞ୍ଚୋଲି ପୁଅଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଏକ ନୂଆ ବିବାଦ ଛିଡ଼ା ହୋଇଛି। ଏସବୁ ଜରିଆରେ କଙ୍ଗନା ସରକସ୍ କରୁଛନ୍ତି ବୋଲି ସୋନାଙ୍କ ମତ।
ସୋନା ମହାପାତ୍ର ଏ କଥା ମଧ୍ୟ କହିଛନ୍ତି ଯେ କଙ୍ଗନା ଫେମିନିଜିମ୍‌କୁ ବଦନାମ ହେବାର ସୁଯୋଗ ଦେଉଛନ୍ତି। ନିଜ କାମ କଥା ନ କହି ଅତୀତକୁ ଘାଣ୍ଟିବା କଙ୍ଗନାଙ୍କ ଏକ ଅଭ୍ୟାସ ହୋଇପଡ଼ିଛି ବୋଲି ସୋନା ଆକ୍ଷେପ କରିଛନ୍ତି।

Tags: Bollywood, Media, Social Media, Kangana Ranawat, KanganavsHithik, Sona Mohapatra, KanganavsSona, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

LEAVE A REPLY

Please enter your comment!
Please enter your name here