ଓଡ଼ିଶାଲାଇଭ୍‌ ବ୍ୟୁରୋ

ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ୍‍ ଏଥର ମହାକାଶ ଯିବା ପାଇଁ ପ୍ରସ୍ତୁତ| ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ବାୟୋପିକ୍‌ରେ ଅଭିନୟ କରିବା ପାଇଁ ସମ୍ମତି ଦର୍ଶାଇ ସାରିଛନ୍ତି, ଯାହାର ଶୀର୍ଷକ ରହିବ ’ସାରେ ଜହାଁ ସେ ଅଚ୍ଛା’| କେବଳ ସେତିକି ନୁହେଁ, ଆମିର ଏହି ସିନେମାର ପ୍ରଯୋଜନାରେ ମଧ୍ୟ ଭାଗୀଦାର ରହିବେ ବୋଲି ମତପ୍ରକାଶ କରିଛନ୍ତି|
ଏଥର ଆମିରଙ୍କ ପତ୍ନୀ ଭୂମିକାରେ ଅଭିନୟ କରିବେ ବଲିଉଡ୍‍ ଦେଶୀ ଗର୍ଲ୍‌ ପ୍ରିୟଙ୍କା ଚୋପ୍ରା| ଏହା ହେବ ଆମିର ଓ ପ୍ରିୟଙ୍କା ଯୋଡ଼ିର ପ୍ରଥମ ସିନେମା| ପୂର୍ବରୁ ସେ ସୁପରଷ୍ଟାର ଶାହରୁଖ ଖାନ୍‍, ସଲମନ ଖାନ୍‌ ତଥା ଅଲ୍‌ଟାଇମ୍‌ ସୁପରଷ୍ଟାର ଅମିତାଭ୍‌ ବଚ୍ଚନଙ୍କ ସହ ରୂପେଲି ପରଦାରେ ଏକାଠି ନଜର ଆସିଥିଲେ ମଧ୍ୟ, ଆମିରଙ୍କ ବିପକ୍ଷରେ ଅଭିନୟ କରିବା ପ୍ରିୟଙ୍କାଙ୍କ ପାଇଁ ପ୍ରଥମ|
ପୂର୍ବରୁ ’ଦଙ୍ଗଲ’ ସିନେମାରେ ଆମିରଙ୍କ ଝିଅ ଭୂମିକାରେ ଅଭିନୟ କରିଥିବା ଫାତିମା ଶେଖ୍‍ ଏହି ବାୟୋପିକ୍‌ରେ ଅଭିନୟ କରିବା କଥା ଶୁଣାଯାଉଥିଲା|
ରାକେଶ ଶର୍ମାଙ୍କ ଜୀବନୀ ଉପରେ ଆଧାରିତ ଏହି ବାୟୋପିକ୍‌ର ନାମ ପ୍ରଥମେ ‘ସାଲ୍ୟୁଟ୍‌’ ରଖାଯାଇଥିଲା| ରାକେଶ ଶର୍ମା ମହାକାଶରେ ପହଞ୍ଚିବା ପରେ ସେଠାରୁ ଭାରତ କିପରି ଦେଖାଯାଉଥିଲା ବୋଲି ପଚାରିବାରୁ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିଆ ଗାନ୍ଧୀଙ୍କୁ ସେ ‘ସାରେ ଜହାଁ ସେ ଅଚ୍ଛା’ ବୋଲି କହିଥିଲେ|
ଏହି କଥାର ତାତ୍ପର୍ଯ୍ୟ ଅନୁଯାୟୀ ପରବର୍ତ୍ତୀ ସମୟରେ ସିନେମାର ଶୀର୍ଷକ ‘ସାରେ ଜହାଁ ସେ ଅଚ୍ଛା’ ରଖାଯାଇଛି| ଏହାର ପ୍ରଯୋଜନା ମିଳିତ ଭାବେ ଆରକେ‌ଏଫ୍‌ ଓ ଏକେପି କରିଥିବା ବେଳେ ନିର୍ଦ୍ଦେଶନାର ଦାୟିତ୍ୱ ମହେଶ ମଠାଇ ନେଇଛନ୍ତି|

Tags: Saare Jahaan Se Achcha, Aamir Khan, Rakesh Sharma, Rakesh Sharma biopic, Prityanka Chopra, Bollywood, Hindi Cinema, Hindi Movie, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

LEAVE A REPLY

Please enter your comment!
Please enter your name here