ଓଡ଼ିଶାଲାଇଭ୍‌ ବ୍ୟୁରୋ

ବେଶ୍ ଲୋକପ୍ରିୟ ରୋମାଣ୍ଟିକ୍ ଗାୟିକା ସୁନିଧି ଚୌହାନ ଦେବାକୁ ଯାଉଛନ୍ତି ଖୁସି ଖବର। ସେ ଅଳ୍ପଦିନ ଭିତରେ ମା’ ହେବାକୁ ଯାଉଛନ୍ତି। ମା’ ହେବାର ନିଆରା ଅନୁଭୂତି ପାଇଁ ସେ ଆଜିକାଲି ଖୁବ୍ ଖୁସି। ୨୦୧୨ ମସିହାରେ ସୁନିଧି ବଲିଉଡ୍‌ ମ୍ୟୁଜିକ କମ୍ପୋଜର ହିତେଶ ସୋନିକଙ୍କୁ ବିବାହ କରିଥିଲେ।
ବଲିଉଡର ଏହି ରୋମାଣ୍ଟିକ୍ ଗାୟିକା ମାତ୍ର ୧୧ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ। ଗୀତ ହେଉଛି ସୁନିଧିଙ୍କର ପ୍ରଥମ ପ୍ରେମ। ତେଣୁ ଗୀତ ବିନା ସେ ଅସମ୍ପୂର୍ଣ୍ଣ ବୋଲି କହିଛନ୍ତି। ତେଣୁ ଶିଶୁଟି ଦୁନିଆଁକୁ ଆସିଲେ ତାକୁ ନିଶ୍ଚୟ ସେ ସଙ୍ଗୀତ ଶିଖାଇବେ ଏବଂ ନିଜ କ୍ୟାରିୟର ପ୍ରତି ମଧ୍ୟ ଧ୍ୟାନ ଦେବେ। ସୁନିଧିଙ୍କର ମା’ ହେବାର ଖବର ପାଇବା ପରେ ବିଭିନ୍ନ ଆଡୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି।
ମା’ ହେବା ଏକ ନିଆରା ଅନୁଭବ। ଭଗବାନ ତାଙ୍କୁ ଏହି ଉପହାର ଦେବାକୁ ଯାଉଥିବାରୁ ସେ ନିଜକୁ ସୌଭାଗ୍ୟବତୀ ମନେ କରିଛନ୍ତି।
ସୁନିଧି ବଲିଉଡରେ ବହୁ ଲୋକପ୍ରିୟ ଗୀତ ଗାଇ ଭାରତ ତଥା ଭାରତ ବାହାରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ସୁପରହିଟ୍ ଗୀତଗୁଡ଼ିକ ମଧ୍ୟରୁ ଶୀଲା କି ଜୱାନୀ, କମଲି କମଲି, ଦେଶୀ ଗାର୍ଲ, କ୍ରେଜି କିଆରେ, ହଲକଟ୍ ଜୱାନୀ ଯୁବପିଢ଼ିଙ୍କ ଭିତରେ ବେଶ୍ ଆଦୃତ ଲାଭ କରିଛି।

Tags: Sunidhi Chauhan, Sheila Ki Jawani, Motherhood, Crazy Kiya Re, Singer, Bollywood Singer, Bollywood, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment