ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସଚିବାଳୟରେ ବସିଥିବା ସିଙ୍ଗିଲ ୱିଣ୍ଡୋ ବୈଠକରେ ୩ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିରେ ମୋଟ ୮୬୪ କୋଟି ଟଙ୍କା ନିବେଶ ହେବ। ପ୍ରତ୍ୟକ୍ଷ ଓ ପରୋକ୍ଷରେ ମୋଟ ୨୧୩୫ ଜଣ ନିଯୁକ୍ତି ପାଇବେ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି।
ବୈଠକ ପରେ ଇପିକଲ୍ ଜିଏମ୍‌ କଲ୍ୟାଣ ମହାନ୍ତି କହିଛନ୍ତି, ”ବିଜୟ ନଗର ବାୟୋଟେକ୍‌ କମ୍ପାନୀ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରେ ଏକ ମକା ପ୍ରକ୍ରିୟାକରଣ ପ୍ରକଳ୍ପ କରିବ। ଏଥିପାଇଁ ୫୯ କୋଟି ଟଙ୍କା ନିବେଶ ହେବ। ଏଥିରେ ପାଖାପଖି ୪୦୦ ଲୋକ ନିଯୁକ୍ତି ପାଇବେ। ସେହିପରି ମୁମ୍ବାଇ କାଦର ଇନଭେଷ୍ଟମେଣ୍ଟ ଟ୍ରେଡିଂ କମ୍ପାନୀ ଡେରାସରେ ଏକ ପ୍ରକଳ୍ପ କରିବ। ଏଥିପାଇଁ ୫୫ କୋଟି ଟଙ୍କା ନିବେଶ ହେବ। ଏହି ପ୍ରକଳ୍ପରେ ୧୦୩୦ ନିଯୁକ୍ତି ପାଇବେ। ଅନ୍ୟପକ୍ଷେ ବାଙ୍ଗର ଗ୍ରୁପ୍ ସୋନପୁରରେ ଏକ ପେପର ମିଲ୍ କରିବ। ଏହି ମିଲ୍ ପାଇଁ ଆବଶ୍ୟକ ଜମି ଓ ପାଣି ରାଜ୍ୟ ସରକାର ଯୋଗାଇ ଦେବେ। ଏହି ପ୍ରକଳ୍ପ ପାଇଁ ୭୫୦ କୋଟି ଟଙ୍କା ନିବେଶ ହେବ। ଏଥିରେ ୭୦୦ ଲୋକ ନିଯୁକ୍ତି ପାଇ ପାରିବେ।”

Tags: Single Window Meeting, Chief Secretary of Odisha, Odisha secretariat, Nabarang Pur, Bhubaneswar, Odisha, Odisha News, Odisha Hot News, Paper Mill, Sonepur, Naveen Pattnaik, Aditya Prasad Padhi, Bhubaneswar News, Breaking News, Latest News, Odisha Breaking News, Odisha Stories, Odisha Top Stories, Top Stories

 

Comment