ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆକ୍ସନ ହିରୋ ସଲ୍‌ମାନ୍‌ ଖାଁ ଓ କ୍ୟାଟ୍ରିନା କୈଫ୍‌ଙ୍କ ରୋମାନ୍‌ସର ଚର୍ଚ୍ଚା କିଛି ନୂଆ ନୁହେଁ। ଆଜିକାଲି ସଲ୍‌ମାନ୍‍ ‘ଟାଇଗର୍‌ ଜିନ୍ଦା ହୈ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ସଲମାନଙ୍କ ସହ ନଜର ଆସିବେ ତାଙ୍କ ପୂର୍ବ ପ୍ରେମିକା କ୍ୟାଟ୍ରିନା। ଆବୁଧାବିରେ ଏହି ଚଳଚ୍ଚିତ୍ରର ଶେଷ ପର୍ଯ୍ୟାୟର ସୁଟିଂ ଚାଲିଥିବା ବେଳେ ଏହାର ନିର୍ଦ୍ଦେଶକ ଅବ୍‌ବାସ ଜାଫର ସଲ୍‌ମାନ ଓ କ୍ୟାଟ୍ରିନାଙ୍କର ଏକ ସୁନ୍ଦର ଫଟୋ ସୋସିଆଲ୍‍ ମିଡିଆରେ ସେୟାର କରିଛନ୍ତି।
ଫଟୋରେ ସଲ୍‌ମାନ୍‌ ଖାଁ ଆରାମରେ ବସିଥିବା ବେଳେ ପାଖରେ ଠିଆ ହୋ‌ଇଥିବା କ୍ୟାଟ୍ରିନାଙ୍କୁ ଏକ ଲୟରେ ଅନାଇ ରହିଛନ୍ତି। କ୍ୟାଟ୍ରିନା ସୂର୍ଯ୍ୟାସ୍ତର ଫଟୋ ନେବାରେ ବ୍ୟସ୍ତ ଥିବା ଭଳି ଲାଗୁଛନ୍ତି।

ଅଲ୍ଲି ଅବ୍‌ବାସ ଦୁଇଜଣଙ୍କର ଏହି ଫଟୋକୁ ସୋସିଆଲ୍‍ ମିଡିଆରେ ଅପ୍‌ଲୋଡ୍‌ କରିବା ସହ କ୍ୟାପ୍‌ସନ୍‌ରେ ଲେଖିଛନ୍ତି ଯେ ’ଜୋୟା ସୂର୍ଯ୍ୟାସ୍ତ ଫଟୋ ନେବାରେ ବ୍ୟସ୍ତ ଥିବା ବେଳେ ଟାଇଗର୍‌ ଜୋୟାଙ୍କୁ ଅନାଇ ରହିଛନ୍ତି। କିଛି ଦିନ ମଧ୍ୟରେ ଚଳଚ୍ଚିତ୍ରର ସୁଟିଂ ଶେଷ ହେବାକୁ ଯାଉଛି।
ଚଳଚ୍ଚିତ୍ରର ସୁଟିଂ ଶେଷ ପର୍ଯ୍ୟାୟରେ ଥିବାରୁ ଆଜିକାଲି ସେଟ୍‌ରେ ସମସ୍ତେ ମ‌ଉଜମସ୍ତି ମୁଡ୍‌‍ରେ ରହୁଛନ୍ତି।
‘ଟାଇଗର୍‌ ଜିନ୍ଦା ହୈ’ ୨୦୧୨ ମସିହାରେ ରିଲିଜ୍‌ ହୋ‌ଇଥିବା ‘ଏକ୍‌ ଥା ଟାଇଗର୍‌’ ଚଳଚ୍ଚିତ୍ରର ସିକ୍ୱେଲ୍‌। ବହୁ ବର୍ଷ ପରେ ସଲ୍‌ମାନ୍‍ ଓ କ୍ୟାଟ୍ରିନା ଏଥିରେ ଏକାଠି ନଜର ଆସିବେ। ଏହି ଚଳଚ୍ଚିତ୍ରରେ ସଲ୍‌ମାନ୍‌ ଖାଁ ର’(ଭାରତର ଗୁଇନ୍ଦା ସଂସ୍ଥା) ଏଜେଣ୍ଟ ଭାବେ ଓ କ୍ୟାଟ୍ରିନା କୈଫ୍‌ ଆଇଏସ୍‌ଆଇ ଭୂମିକାରେ ନଜର ଆସିବେ।
ଅଲ୍ଲି ଅବ୍‌ବାସ୍‌‍ଙ୍କ ନିର୍ଦ୍ଦେଶିତ ‘ଟାଇଗର୍‌ ଜିନ୍ଦା ହୈ’ରେ ବହୁ ଆକ୍‌ସନ୍‌ ସିକ୍ୱେନ୍‌ସ ରହିଛି। ଏଥିରେ ଥିବା ଆକ୍‌ସନ୍‍ ଓ ଷ୍ଟଣ୍ଟ ଦର୍ଶକମାନଙ୍କୁ ନିଶ୍ଚୟ ପସନ୍ଦ ଆସିବ ଓ ଦର୍ଶକଙ୍କର ମନୋରଞ୍ଜନ ପାଇଁ ଭରପୂର ଖୋରାକ୍‌ ଯୋଗାଇବ।
ଆକ୍‌ସନ୍‌ ସିକ୍ୱେନ୍‌ସରେ ପୂର୍ଣ୍ଣ ଏହି ଚଳଚ୍ଚିତ୍ର ଡିସେମ୍ବର ୨୨, ୨୦୧୭ରେ ରିଲିଜ୍‌ ହେବାକୁ ଯାଉଛି।

Tags: Salman Khan, Katrina Kaif, Bollywood, Hindi Cine News, Hindi Movie, Ali Abbas Zafar, Tiger Zinda Hai, Ek Tha Tiger, Being Salman Khan, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment