ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ସରକାର ଆଉ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି।
ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ୍ ନମ୍ବର ଏବଂ ପ୍ୟାନ୍ କାର୍ଡରେ ଆଧାର ଲିଙ୍କ୍ କରିବା ପରେ ଡ୍ରାଇଭିଙ୍ଗ୍ ଲାଇସେନ୍ସରେ ବି ଆଧାର ସଂଯୋଗ କରିବାକୁ ସରକାର ଯୋଜନା କରୁଛନ୍ତି। ତେବେ ଏ ନେଇ କୌଣସି ସମୟ ଧାର୍ଯ୍ୟ ହୋଇନାହିଁ।
ଶୁକ୍ରବାର ‘ଡିଜିଟାଲ ହରିୟାନା ସମିଟ୍ ୨୦୧୭’ରେ କେନ୍ଦ୍ର ଆଇନ୍ ଓ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଯୋଗଦେଇ ଏହା କହିଛନ୍ତି।
ରବି ଶଙ୍କର ପ୍ରସାଦ କହିଛନ୍ତି, ”ଡ୍ରାଇଭିଙ୍ଗ୍ ଲାଇସେନ୍ସ ସହ ଆଧାର ଲିଙ୍କ୍ କରିବାକୁ ସରକାର ଯୋଜନା କରୁଛନ୍ତି। ଏ ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହ ଆଲୋଚନା କରିଛି। ଖୁବଶୀଘ୍ର ଏ ଦିଗରେ ବିଚାର କରାଯିବ।”
ଡ୍ରାଇଭିଙ୍ଗ୍ ଲାଇସେନ୍ସରେ ଆଧାର ଲିଙ୍କ୍ କରିବା ପାଇଁ ରବି ଶଙ୍କର ପ୍ରସାଦ ଗତ ମେ’ ମାସରେ ଇସାରା ଦେଇଥିଲେ। କହିଥିଲେ ଯଦି ଆଧାର ଡ୍ରାଇଭିଙ୍ଗ୍ ଲାଇସେନ୍ସ ସହ ସଂଯୋଗ ହୋଇଯିବ ତାହାଲେ ଡୁପ୍ଲିକେଟ୍ ଲାଇସେନ୍ସ ସଂଖ୍ୟା କମିଯିବ। ଏହାସହ ସେ ଆହୁରି କହିଥିଲେ ଯେ, ଯେଉଁମାନେ ଡୁପ୍ଲିକେଟ୍ ଲାଇସେନ୍ସ ବାହାର କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଶାସେବନ କରି ଗାଡି ଚଲାଉଛନ୍ତି। ଏଣୁ ଆଧାର ଲିଙ୍କ ହୋଇଯିବା ପରେ ନିଶାସେବନ କରୁଥିବା ଡ୍ରାଇଭିଙ୍ଗ୍ କରୁଥିବା ବ୍ୟକ୍ତିଙ୍କୁ ଠାବ କରିବା ସହଜ ହେବ।

Tags: RaVi Shankar Prasad, Law and IT Minister, Central Government, India News, India Hot News, Odisha, Odisha Hot News, Bhubaneswar, New Delhi, Aadhar Card, Duplicate Card, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment