ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତ୍ରୀ ତାପସୀ ପାନୁ, ରୁପେଲୀ ପରଦାରେ ନିଜର ଦମଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ଅବଶ୍ୟ ବର୍ତ୍ତମାନ ତାଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ତାଙ୍କ ଅଭିନୟକୁ ନେଇ ନୁହେଁ, ତାହା ହେଉଛି ନିଜ ଟ୍ୱିଟର ଆକାଉଣ୍ଟରେ ସେ ପୋଷ୍ଟ କରିଥିବା ଏକ ବିକିନି ପିନ୍ଧା ଫଟୋକୁ ନେଇ। ତାଙ୍କର ଆଗାମୀ ଫିଲ୍ମ ‘ଜୁଡୱା-୨’ରେ ସେ ଏହି ପୋଷାକ ପିନ୍ଧି ବୋଲ୍ଡ ସିନ୍ ଦେଇଛନ୍ତି।
‘ଜୁଡୱା-୨’ରେ ଥିବା ‘ଆଓ ତୋ ସହି’ ଗୀତର ପ୍ରମୋସନ ପାଇଁ ସେ ଦୁଇଟି ଫଟୋ ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି। ଏହି ଫଟୋ ଅପଲୋଡ କରିବା ପରେ ତାଙ୍କୁ ଜୋରଦାର ଟ୍ରୋଲ କରାଯାଇଛି। ହେଲେ ଏଥିରେ ସେ ଦବି ଯାଇନାହାନ୍ତି, ବରଂ ସମାଲୋଚକଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ତାପସୀ।
ତାପସୀ ତାଙ୍କ ବିକିନି ପିନ୍ଧା ଫଟୋ ଅପଲୋଡ କରିବା ପରେ ଜଣେ ଲେଖିଛନ୍ତି, ‘ଆମ ଦେଶରେ ସ୍ୱାଧୀନ ଭାବେ ମତବ୍ୟକ୍ତ କରିବାର ଅଧିକାର ଅଛି, ତେଣୁ ଆପଣ ବାକି ଥିବା ପୋଷାକ ଖୋଲିଦିଅନ୍ତୁ।  ଆପଣଙ୍କ ଭାଇ ତାକୁ ଦେଖି ଗର୍ବ ଅନୁଭବ କରିବେ।’
ତାପସୀ ମଧ୍ୟ ଏଭଳି କଟୁ ମନ୍ତବ୍ୟର ତୁରନ୍ତ ଜବାବ ଦେଇଛନ୍ତି, ସେ ଲେଖିଛନ୍ତି, ‘ସରି, ମୋର ଭାଇ ନାହିଁ, ନହେଲେ ତାକୁ ପଚାରି ଆପଣଙ୍କୁ ଜବାବ ଦେଇଥା’ନ୍ତି। କିନ୍ତୁ ବର୍ତ୍ତମାନ ପାଇଁ ଜଣେ ଭଉଣୀର ଉତ୍ତର ଚଳିବ କି?’
ଉଭୟ ଟଲିଉଡ ଓ ବଲିଉଡର ଚଳଚ୍ଚିତ୍ରରେ ନିଜର ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ୩୦ ବର୍ଷୀୟା ଅଭିନେତ୍ରୀ ତାପସୀ ପାନୁ। ଅପକମିଙ୍ଗ୍ ଫିଲ୍ମ ଡେଭିଡ୍ ଧାୱନଙ୍କ ‘ଜୁଡୱା-୨’ରେ ତାଙ୍କ ସହ ଅଛନ୍ତି ବରୁଣ ଧାୱନ ଓ ଜାକଲିନ୍ ଫର୍ଣ୍ଣାଣ୍ଡେସ୍। ଏହି ହିନ୍ଦୀ ଫିଲ୍ମଟି ରିଲିଜ ହେବ ସେପ୍ଟେମ୍ବର ୨୯ ତାରିଖରେ। ସେଥିପାଇଁ ଫିଲ୍ମର ଜୋରଦାର ପ୍ରମୋସନରେ ଲାଗି ପଡିଛନ୍ତି ତାପସୀ।

Tags: Judwa2, Taapsee Paanu, David Dhawan, Jacqueline Fernandez, Varun Dhawan, Hindi Movie, Bollywood, Bollywood News, Hindi Cine News, Hindi Film, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment