ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲାଙ୍ଗୀର ଜିଲ୍ଲାରେ ଶୁକ୍ରବାର ୨ଟି ଅଘଟଣ ଘଟିଛି। ଗୋଟିଏ ଅଘଟଣ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଘଟିଥିବା ବେଳେ ଆଉ ଗୋଟିଏ ସଇଁତଳା ବଡମାଲସ୍ଥିତ ଗୋଳାବାରୁଦ କାରଖାନାରେ ଘଟିଛି। ଏହି ଦୁଇଟି ଘଟଣା ଶୁକ୍ରବାର ଭିନ୍ନ ଭିନ୍ନ ସମୟରେ ଘଟିଛି।
ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଏନ୍‌ଆର୍‌ଏଚ୍‌ଏମ୍‌ ବିଭାଗରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଟିଏ କମ୍ପ୍ୟୁଟର, ଏ.ସି. ଏବଂ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡିଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିଛନ୍ତି। ତେବେ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।
ସେହିପରି ଗୋଳାବାରୁଦ କାରଖାନାରେ ମଧ୍ୟ ଅପରାହ୍ନରେ ବିସ୍ଫୋରଣ ଘଟିଛି। ଏଥିରେ ୩ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର କର୍ମଚାରୀଙ୍କୁ ପ୍ରଥମେ ନିକଟସ୍ଥ ମେଡିକାଲରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥାବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଅସ୍ତ୍ରଶସ୍ତ୍ର ପରୀକ୍ଷା ବେଳେ ଗୋଳା ବାରୁଦ କାରଖାନାରେ ବିସ୍ଫୋରଣ ଘଟିଥିବା ଜଣାପଡିଛି।

Tags: Bolangir, Titlagarh, District Medical, Burla Medical, NRHM, Odisha News, Odisha, Odisha Hot News, Bolangir News, Fire Incident, Bhubaneswar, Bhubaneswar News, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

 

Comment