ଓଡ଼ିଶାଲାଇଭ୍‌‍ ବ୍ୟୁରୋ

ବୋମାମାଡ଼କୁ ନେଇ ବାଣୀବିହାର କ୍ୟାମ୍ପସ୍‍ ଅଶାନ୍ତ ହୋଇଯାଇଛି। ଫଳରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି। ଏହାସହ ବିଶ୍ୱବିଦ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାଇନ୍‍-ଏ-ଡାଏ ଘୋଷଣା କରିଛନ୍ତି।
ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ହଷ୍ଟେଲ ଛାଡିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ରବିବାର ଅପରାହ୍ନରେ ପ୍ରଥମେ ଲେଡିଜ ହଷ୍ଟେଲ କାନ୍ଥକୁ ବୋମାମାଡ଼ ହୋଇଥିଲା। ଏହାକୁ ନେଇ ପରିସ୍ଥିତି ଅଶାନ୍ତ ହୋଇ ପଡିଥିଲା। ସହିଦନଗର ପୋଲିସ, ଡିସିପି ସତ୍ୟବ୍ରତ ଭୋଇ ଏବଂ ପୋଲିସ କମିଶନର ୱା.ବି ଖୁରାନିଆ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ପରେ କ୍ୟାମ୍ପରେ ଶାନ୍ତି ଫେରି ଆସିବ ବୋଲି ଆଶା କରାଯାଉଥିଲା। ହେଲେ ରବିବାର ରାତିରେ ପୁଣିଥରେ କୁଳପତିଙ୍କ ଅଫିସ୍‍ ଉପରକୁ ବୋମାମାଡ଼ ହୋଇଥିଲା।
ବିଶ୍ୱବିଦ୍ୟାଳୟ ମୁଖ୍ୟ ଗେଟ୍‍ ସମ୍ମୁଖରେ ଜଣେ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଏହି ଘଟଣା ପରେ କ୍ୟାମ୍ପସରେ ୧୪୪ ଧାରା ଜାରି କରାଯାଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ କ୍ୟାମ୍ପସରେ ୪ ପ୍ଲାଟୁନ୍‍ ଫୋର୍ସ ମୁତୟନ କରାଯାଇଥିଲା। ତେବେ କ୍ୟାମ୍ପସରେ ସ୍ୱାଭାବିକ ଅବସ୍ଥା ଫେରି ନ ଆସିବାରୁ କର୍ତ୍ତୃପକ୍ଷ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି।
ଏହା ପୂର୍ବରୁ ଭୁବନେଶ୍ୱରର ବିଜେବି କଲେଜରେ ବୋମାମାଡ଼ ହୋଇଥିଲା। ଏଠାରେ ମଧ୍ୟ ନିର୍ବାଚନ ବାତିଲ କରାଯାଇଛି।
Tags: Bhubaneswar News, BJB college, Breaking News, College Election, Election, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories, Utkal University, Vani Vihar College, Y B Khurania

Comment