ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣିଥରେ ଜଳବନ୍ଦୀ ହୋଇଛି ମୁମ୍ବାଇ। ବ୍ୟସ୍ତବହୁଳ ମୁମ୍ବାଇବାସୀଙ୍କ ଜୀବନ ଶୈଳୀକୁ ପୁଣି ରୋକିଛି ବର୍ଷା। ବସ୍, ଟ୍ରେନ୍ ଓ ବିମାନ ସେବା ପ୍ରଭାବିତ ହୋଇଛି। ବୁଧବାର ସହରର ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। ବଡ଼ ଜୁଆର ଆସିବାର ଆଶଙ୍କା ଥିବାରୁ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ରାସ୍ତା ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଥିବାରୁ ମାୟାନଗରୀ ମୁମ୍ବାଇ ଜଳାର୍ଣ୍ଣବ ହୋଇଯାଇଛି।
ପ୍ରବଳ ବର୍ଷା ଯୋଗୁଁ କୁର୍ଲା ସମେତ ତଳିଆ ଅଞ୍ଚଳରେ ପାଣି ଭରି ଯାଇଛି। ଗାଡି ଚଳାଚଳ ଠପ୍ ହୋଇଯାଇଛି। ମୁମ୍ବାଇ ଜୀବନରେଖା ଭାବେ ପରିଚିତ ଲୋକାଲ ଟ୍ରେନ୍ ଉପରେ ପ୍ରଭାବ ପଡିଛି। ଅନେକ ଲୋକ ରେଳ ଷ୍ଟେସନ ଓ ବସ୍ ଷ୍ଟାଣ୍ଡରେ ଫସି ରହିଛନ୍ତି। ଗତ ୨୪ ଘଣ୍ଟା ଭିତରେ ମୁମ୍ବାଇରେ ୨୧୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବିମାନସେବା ଉପରେ ଏହାର ପ୍ରଭାବ ପଡିଛି। ୧୦୮ଟି ବିମାନ ବାତିଲ କରି ଦିଆଯାଇଛି। ୫୧ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି। ସେହିପରି ରେଳ ସେବା ବାଧାପ୍ରାପ୍ତ ହୋଇଛି।
ଗତ ୨ ମାସ ମଧ୍ୟରେ ମୁମ୍ବାଇରେ ଏହା ହେଉଛି ଦ୍ୱିତୀୟ ଘଟଣା। ଅଗଷ୍ଟ ୨୯ରେ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା। ୨୪ ଘଣ୍ଟା ମଧ୍ୟରେ ୩୩୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here