ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଞ୍ଜୟ ଲୀଳା ଭଁସାଲିଙ୍କ ଐତିହାସିକ ଚଳଚ୍ଚିତ୍ର ଓ ଚଳିତ ସମୟର ସବୁଠାରୁ ଅଧିକ ଚର୍ଚ୍ଚିତ ଫିଲ୍ମ ପଦ୍ମାବତୀର ପ୍ରଥମ ପୋଷ୍ଟର ଆଜି ରିଲିଜ ହୋଇଛି।
ବୁଧବାର ଦିନ ଦୀପିକା ଟୁଇଟ୍‌ କରିଥିଲେ,’ସୂର୍ଯ୍ୟ ‍ଉଦୟ ବେଳକୁ ରାଣୀ ପଦ୍ମାବତୀ ବିଜେ କରୁଛନ୍ତି।

ଦୀପିକାଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ରଣବୀର ସିଂହ ଓ ସାହିଦ କପୁର ଅଭିନୟ କରିଛନ୍ତି। ସାହିଦ ରାଜା ରାୱଲ ରତନ ସିଂଙ୍କ ଚରିତ୍ରରେ ନଜର ଆସିବେ। ରତନ ସିଂ ପଦ୍ମାବତୀଙ୍କୁ ବିବାହ କରିଥିଲେ। ରାଣୀ ପଦ୍ମାବତୀଙ୍କ ଦୀପିକା ପାଦୁକୋନ ଭୂମିକାରେ ଅଭିନୟ କରିଛନ୍ତି।
ଚର୍ଚ୍ଚା ହେଉଛି ରଣବୀରଙ୍କୁ ଏହି  ଚଳଚ୍ଚିତ୍ରରେ ଜଣେ କିନ୍ନର ବା ବାଇ-ସେକ୍ସୁଆଲ ଭୂମିକାରେ ଦେଖିବାକୁ ମିଳିବ। କୁହାଯାଉଛି ଅଲୌଦିନ ଖିଲ୍‌ଜି ଜଣେ କିନ୍ନର ଥିଲେ। ବାଜିରାଓ ମସ୍ତାନ୍ନି ସୁପରହିଟ ହେବା ପରେ ଭଁସାଲିଙ୍କ ଏହି ଚଳଚ୍ଚିତ୍ର ଉପରେ ସମସ୍ତଙ୍କ ଆଖି ରହିଛି।
ପଦ୍ମାବତୀ ଡିସେମ୍ବର ପହିଲାରେ ରିଲିଜ ହେବ।

 

LEAVE A REPLY

Please enter your comment!
Please enter your name here