ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଗୁରୁବାର ବସିଛି। ଏହି ବୈଠକରେ ୫ଟି ପ୍ରସ୍ତାବ ଗୃହୀତ ହୋଇଛି। ଓଡିଶା ଅଗ୍ନିଶମ ସେବା ନିୟମାବଳୀ ଗୃହୀତ ହୋଇଛି। ଏହି ପ୍ରସ୍ତାବ ଗୃହୀତ ହେବା ପରେ ଅଟ୍ଟାଳିକାରେ ଅଗ୍ନିନିରୋଧ ନିୟମ କଡ଼ାକଡ଼ି କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି।
ସେହିପରି ହସ୍ତତନ୍ତ  ଓ ହସ୍ତଶିଳ୍ପ ବିକାଶ ପରିଷଦ ଗଠନ ହେବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ପରିଷଦକୁ ୨୦ କୋଟି ଟଙ୍କାର ଅନୁଦାନ ଦେବେ। ସେହିପରି ଓଡ଼ିଶା ପରିବହନ ସେବା କ୍ୟାଡର ପୁନର୍ଗଠନ ହେବ। ଓଏଏସ୍ ଏବଂ ଓଏଫ୍ଏସ୍ କ୍ୟାଡର ପୁନର୍ଗଠନ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
ରାଜ୍ୟରେ ଓଏଏସ୍‌ ଏବଂ ଓଏଫ୍‌ଏସ୍‌ ପଦବୀ ସଂଖ୍ୟା ବଢ଼ିଛି। ଓଏଏସ୍‌ ପଦବୀ ସଂଖ୍ୟା ୧୫୫୦ରୁ ୧୭୦୦ ଏବଂ ଓଏଫ୍‌ଏସ୍‌ ପଦବୀ ୭୨୩ରୁ ୮୦୦କୁ ବୃଦ୍ଧି କରାଯାଇଛି। ଜିଏସ୍‌ଟି ଲାଗୁ ପରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଦବୀ ସଂଖ୍ୟାକୁ ବଢ଼ା ଯାଇଛି।
୨୪ ବର୍ଷ ପରେ ଅଗ୍ନି ନିରାପତ୍ତା ନିୟମାବଳୀ ପ୍ରଣୟନ ହୋଇଛି। ୧୯୯୩ରେ ଓଡ଼ିଶା ଅଗ୍ନିଶମ ସେବା ଆଇନ୍ ପ୍ରସ୍ତୁତି କରାଯାଇଥିଲେ ହେଁ ନିୟମାବଳୀ ପ୍ରଣୟନ ହୋଇ ନ ଥିଲା।
ଏହି ନିୟମାବଳୀ ପ୍ରଣୟନ ହେବା ପରେ ଅଗ୍ନି ନିରାପତ୍ତାକୁ ଅଧିକ ଦୃଢ଼ କରିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।

 

Comment