ରମାଦେବୀରେ ଛାତ୍ର ବିଜେଡିର ବାଜିମାତ୍: ସଭାନେତ୍ରୀ ହେଲେ ସୌଭାଗ୍ୟ ସୌମ୍ୟାଶ୍ରୀ September 23, 2017 FacebookTwitterPinterestWhatsApp ଓଡ଼ିଶାଲାଇଭ୍ ବ୍ୟୁରୋ ରମାଦେବୀ ବିଶ୍ୱବିଦ୍ୟାଳୟ ଓ ରାଜଧାନୀ କଲେଜକୁ କବ୍ଜା କଲା ଛାତ୍ର ବିଜେଡି। ଛାତ୍ର ବିଜେଡି ସମର୍ଥିତ ସଭାପତି ପ୍ରାର୍ଥୀ ଏହି ଦୁଇ ପ୍ରମୁଖ କ୍ୟାମ୍ପସରେ ନିର୍ବାଚିତ ହୋଇଛନ୍ତି। ରମାଦେବୀରେ ଛାତ୍ର ବିଜେଡି ସମର୍ଥିତ ପ୍ରାର୍ଥୀ ସୌଭାଗ୍ୟ ସୌମ୍ୟାଶ୍ରୀ ସାମଲ ସଭାନେତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଉପ-ସଭାନେତ୍ରୀ ଭାବେ ସିମ୍ରନ୍ ପଣ୍ଡା, ସାଧାରଣ ସମ୍ପାଦକ ଭାବେ ଦେବସ୍ମିତା ଦାସ, ଯୁଗ୍ମ-ସାଧାରଣ ସମ୍ପାଦିକା ଭାବେ ଗାର୍ଗୀ ବୈଷ୍ଣବୀ ରାଉତ, କ୍ରୀଡ଼ା ସମ୍ପାଦିକା ଭାବେ କବିତା ଭୁତିଆ ଏବଂ ଅଙ୍କିତା ମହନ୍ତ ଡ୍ରାମାଟିକ୍ ସେକ୍ରେଟାରି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ରାଜଧାନୀ କଲେଜରେ ରଜତ କୁମାର ପରିଡ଼ା ସଭାପତି ଭାବେ ବିଜୟୀ ହୋଇଛନ୍ତି। ରଜତ ମଧ୍ୟ ଛାତ୍ର ବିଜେଡି ସମର୍ଥିତ ପ୍ରାର୍ଥୀ। ସେହିପରି ଆଠଗଡ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ସଭାପତି ଭାବେ ଛାତ୍ର ବିଜେଡି ସମର୍ଥିତ ପ୍ରାର୍ଥୀ ସନ୍ତୋଷ କୁମାର ବାରିକ ନିର୍ବାଚିତ ହୋଇଛନ୍ତି। ସମ୍ପାଦକ ଭାବେ ଛାତ୍ର କଂଗ୍ରେସ ସମର୍ଥିତ ପ୍ରାର୍ଥୀ ସଦାଶିବ ରାଉତ ନିର୍ବାଚିତ ହୋଇଛନ୍ତି। ଫଳାଫଳ ପ୍ରକାଶ ପାଇବା ପରେ ପ୍ରମୁଖ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। RELATED ARTICLESMORE FROM AUTHOR Odisha ୭୯ ବର୍ଷ ବୟସରେ ପାଦ ଥାପିଲେ ନବୀନ ପଟ୍ଟନାୟକ: ଛୁଟିଲା ଶୁଭେଚ୍ଛାର ସୁଅ News ପାଣ୍ଡିଆନ ବାବୁ ଥିବା ଯାଏଁ ଓଡ଼ିଶାରେ ବିଜେଡି ଆସିବ ନାହିଁ – ପ୍ରସନ୍ନ ପାଟଶାଣୀ News “ଯେଉଁମାନଙ୍କୁ ଅଣନିଶ୍ଵାସୀ ଲାଗୁଛି, ସେମାନେ ବିଜେଡି ଛାଡ଼ିଦେବା ଉଚିତ” Cuttack ବିଜେଡିରୁ ଇସ୍ତଫା ଦେଲେ ପ୍ରକାଶ ବେହେରା National ଜମ୍ମୁ-କଶ୍ମୀରରେ ଚାଲିବ ଏନସି-କଂଗ୍ରେସ ମେଣ୍ଟ ରାଜୁତି: ଓମାର ଅବଦୁଲ୍ଲା ହେବେ ମୁଖ୍ୟମନ୍ତ୍ରୀ National ହରିୟାଣାରେ ବିଜେପିର ହାଟ୍ରିକ୍ ବିଜୟ: କେମିତି ପଲଟିଗଲା ବାଜି? News ବିଜେଡି କଳି ତୁଟୁନି, ମୁରବୀଙ୍କ ମୁହଁ ଖୋଲୁନି National ଜମ୍ମୁ କଶ୍ମୀରରେ କଂଗ୍ରେସ-ନାସନାଲ କନଫରେନ୍ସ ମେଣ୍ଟ ଆଗରେ National ହରିୟାଣାରେ କଡ଼ା ଟକ୍କର: କଂଗ୍ରେସକୁ ପଛରେ ପକାଇ ବିଜେପି ଆଗୁଆ National ହରିଆଣା ଓ ଜମ୍ମୁ କଶ୍ମୀର ଏଗଜିଟ୍ ପୋଲ: କଂଗ୍ରେସ ପଲା ଭାରି LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. Δ