ଓଡ଼ିଶା ପୋଷ୍ଟାଲ ସର୍କଲ ପକ୍ଷରୁ ଭୁବନେଶ୍ୱରରେ ‘ସ୍ୱଚ୍ଛ ଭାରତ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା| ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡାକରାରେ ସାରା ଦେଶରେ ଚାଲିଥିବା ‘ସ୍ୱଚ୍ଛତା ପକ୍ଷ’ ଅବସରରେ ଓଡ଼ିଶା ସର୍କଲ୍ ଚିଫ୍ ପୋଷ୍ଟ ମାଷ୍ଟର ଜେନେରାଲ୍ଙ୍କ ଅଫିସ୍ର ତତ୍ତ୍ୱାବଧାନରେ ଏହା ପାଳନ କରାଯାଇଛି।
ପୋଷ୍ଟାଲ ସର୍ଭିସ ବୋର୍ଡର ବୈଷୟିକ ସଦସ୍ୟ ତିଲକ ଦେ ସୋମବାର ଦିନ ହୋଇଥିବା ସଫେଇ ଅଭିଯାନରେ ଯୋଗଦେଇ କହିଛନ୍ତି, “ଚାରିଆଡ଼େ ସ୍ୱଚ୍ଛତାର ଆବଶ୍ୟକତା ରହିଛି। ଆମେ ଚାହୁଁଛୁ ଆମ ଦେଶ ସାରା ପୃଥିବୀ ପାଇଁ ସ୍ୱଚ୍ଛତାର ଏକ ପ୍ରତୀକ ହେଉ। ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ଏହି କାର୍ଯ୍ୟକ୍ରମ କରୁଛୁ।”
ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଭାରତ ସରକାର ସ୍ୱଚ୍ଛତା ପକ୍ଷ ଅଭିଯାନ ଆରମ୍ଭ କରିଛନ୍ତି। ‘ସ୍ୱଚ୍ଛତା ହିଁ ସେବା’ ଭଳି ମନ୍ତ୍ରକୁ ଆଧାରକରି ଏହି ଅଭିଯାନ ଆରମ୍ଭ ହୋଇଛି।