ଓଡ଼ିଶାଲାଇଭ୍ ବ୍ୟୁରୋ

ଶାନ୍ତି ଓ ବନ୍ଧୁତ୍ୱର ବାର୍ତ୍ତା ନେଇ କଟକରୁ କାଠମାଣ୍ଡୁକୁ ସାଇକେଲ୍ ଯାତ୍ରା କରିଛନ୍ତି ଭୁବନେଶ୍ୱର ସାଇକେଲିଂ ଆଣ୍ଡ ଆଡଭେଞ୍ଚର କ୍ଲବର ୮ ଜଣିଆ ଟିମ୍। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରୁ ଆରମ୍ଭ ହୋଇଛି ଏହି ଯାତ୍ରା। କିଟ୍ ଓ କିସ୍‌ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହାର ଫ୍ଲାଗ୍ ଅଫ୍ କରିଛନ୍ତି। ୧୨ ଦିନରେ ୧୪୫୦ କିଲୋମିଟର ଅତିକ୍ରମ କରି ସେମାନେ କାଠମାଣ୍ଡୁରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି।
ଏହି ଟିମ୍‌ର ସଦସ୍ୟ ସନ୍ଦୀପ ପଣ୍ଡା କହିଛନ୍ତି,”ଶାନ୍ତି ଓ ବନ୍ଧୁତ୍ୱର ବାର୍ତ୍ତା ବାଣ୍ଟିବା ପାଇଁ ଆମେ ସାଇକେଲରେ କାଠମାଣ୍ଡୁ ଯାତ୍ରା କରୁଛୁ। ପୂର୍ବରୁ ଆମେ ସାଇକେଲରେ ବିଭିନ୍ନ ସ୍ଥାନକୁ ଯାତ୍ରା କରିଛୁ। ଅକ୍ଟୋବର ୯ ସୁଦ୍ଧା ଆମେ କାଠମାଣ୍ଡୁରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଛୁ।”
ପୂର୍ବରୁ ଏହି ଟିମ୍ ଭିଏତନାମା, କାମ୍ବୋଡିଆ ଆଦି ସ୍ଥାନକୁ ଏହି ଟିମ୍‌ ସାଇକେଲରେ ଯାତ୍ରା କରିଥିଲେ। ଏବେ ନେପାଳର ରାଜଧାନୀ କାଠମାଣ୍ଡୁକୁ ଯାତ୍ରା କରି ଆଉ ଏକ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି। ସମସ୍ତଙ୍କୁ ସାଇକେଲ୍ ପ୍ରତି ଆକୃଷ୍ଟ କରିବା ଏହି ଯାତ୍ରାର ଅନ୍ୟତମ ଉଦ୍ଦେଶ୍ୟ।
ଏହି ଟିମ୍ ସମ୍ବଲପୁର, ଅମ୍ବିକାପୁର, ବନାରସ, ଗୋରଖପୁର ଦେଇ କାଠମାଣ୍ତୁରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି।

 

LEAVE A REPLY

Please enter your comment!
Please enter your name here