ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିସିସି ସଭାପତି ପରିବର୍ତ୍ତନ ନେଇ କଂଗ୍ରେସ ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରେ ମତଭେଦ ରହିଥିବା ପରିଲକ୍ଷିତ ହୋଇଛି। ଦଳର ଅନ୍ୟତମ ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ ସଭାପତି ପରିବର୍ତ୍ତନ ଉପରେ ପ୍ରତିକ୍ରିୟା ପ୍ରକାଶକରି କହିଛନ୍ତି ଯେ ଟେକ୍ନିକାଲ ଦୃଷ୍ଟିରୁ ଏହା ସମ୍ଭବ ନୁହେଁ।
ଏବେ ଦଳର ନିର୍ବାଚନ ପ୍ରକ୍ରିୟା ଚାଲିଥିବାରୁ ପରିବର୍ତ୍ତନ ହୋଇପାରିବ ନାହିଁ। ମାତ୍ର ଦଳର ଦଳର ପୂର୍ବତନ ସଭାପତି ଜୟଦେବ ଜେନା କହିଛନ୍ତି ଯେ ଦଳର ସଭାପତି ପରିବର୍ତନ ନେଇ ଏଆଇସିସି ଉପାଧ୍ୟକ୍ଷ ରାହୁଲ ଗାନ୍ଧି ପୂର୍ବରୁ ନିଷ୍ପତି ନେଇସାରିଛନ୍ତି।
କେବଳ ଘୋଷଣାକୁ ଅପେକ୍ଷା କରାଯାଇଛି। ସେହିପରି ସାଂଗଠନିକ ପ୍ରକ୍ରିୟା କାର୍ଯ୍ୟ ଶେଷ ନହେବା ପର୍ଯ୍ୟପ୍ତ ପିସିସି ସଭାପତି ପରିବର୍ତ୍ତନ ଉପରେ ଚର୍ଚ୍ଚା କରିବା ଠିକ୍ ହେବନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି।

LEAVE A REPLY

Please enter your comment!
Please enter your name here