ଓଡ଼ିଶାଲାଇଭ୍ ବ୍ୟୁରୋ
ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନ ଏବେ ନିଜର ଆଗାମୀ ସିନେମା ‘ସିକ୍ରେଟ୍ ସୁପରଷ୍ଟାର’ର ପ୍ରମୋସନ ପାଇଁ ଅଛନ୍ତି ତୁର୍କୀରେ। ଆମିର ତୁର୍କୀରେ ବହୁତ ଖୁସି ଅଛନ୍ତି ଓ ତୁର୍କୀ ଯିବା ପାଇଁ ତାଙ୍କର ବହୁଦିନର ଇଛା ଏବେ ଯାଇ ପୂରଣ ହୋଇଥିବା କଥା ମଧ୍ୟ କିଛି ଦିନ ପୂର୍ବରୁ ସେ ନିଜ ଫ୍ୟାନମାନଙ୍କୁ ଜଣାଇଥିଲେ। ଏବେ ତାଙ୍କର ଅନ୍ୟ ଏକ ନୂଆ ଭିଡିଓ ସାମନାକୁ ଆସିଛି ଯାହାକୁ ଦେଖି ଜାଣିହେବ ଯେ ଆମିର ତୁର୍କୀରେ ଭରପୁର ଏନ୍ଜୟ କରୁଛନ୍ତି।
ଆମିର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଆମିର ଖାନ୍ ଏକ ଆଇସ୍କ୍ରିମ୍ ଦୋକାନରେ ଠିଆ ହୋଇଛନ୍ତି ଓ ନିଜ ଆଇସ୍କ୍ରିମ୍ ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ ଦୋକାନୀଜଣକ ଏକ ଭିନ୍ନ ଅନ୍ଦାଜରେ ତାଙ୍କୁ ଆଇସ୍କ୍ରିମ୍ ଦେଉଛନ୍ତି ଓ ଏହାପରେ ତାଙ୍କଠୁ ନେଇ ବି ଯାଉଛନ୍ତି। ସେ ନିଜର ଅନ୍ଦାଜ୍ ଭିନ୍ନ ଢଙ୍ଗରେ ପରିବେଷଣ କରୁଛନ୍ତି ଓ ଆମିର ଆଇସ୍କ୍ରିମ ଦୋକାନୀଙ୍କ ଅନ୍ଦାଜ୍ ଦେଖି ଆଶ୍ଚର୍ଯ୍ୟ ହେବା ସହ ହସିବାକୁ ଲାଗିଛନ୍ତି। ଭିଡିଓ ସେୟାରକରି ଆମିର ଲେଖିଛନ୍ତି – “ସବ୍ର କା ଫଲ୍ ମିଠା ହୋତା ହୈ, ଲଭ୍ଲି ଟର୍କୀ ଆଇସ୍କ୍ରିମ୍”।
Sabar ka phall meetha. Lovely Turkish ice cream 🙂 pic.twitter.com/hzsZpmUgDC
— Aamir Khan (@aamir_khan) October 7, 2017