ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ତାହା ହେଉଛି କୌଣସି ଭୋଟ କେନ୍ଦ୍ରରେ ଏଣିକି ୧୪୦୦ରୁ ଅଧିକ ଭୋଟର ଭୋଟ ଦେବେ ନାହିଁ। ଏହାର କାରଣ ଭୋଟିଂ ମେସିନ ର କ୍ଷମତା ହିଁ ସେତିକି। ଆସନ୍ତା ନିର୍ବାଚନରେ ଯେଉଁ ନୂଆ ପ୍ରକାର ଭୋଟିଂ ମେସିନ ବ୍ୟବହାର ହେବ ସେଥିରୁ କେବଳ ୧୫୦୦ ଚିରିକୁଟି ବାହାରିବ।ଭୋଟ ଚାଲିଥିବା ବେଳେ ନୂଆ ପେପର ରୋଲ ଆଣି ଲଗାଇବା ଏକ ଜଟିଳ ପ୍ରକ୍ରିୟା ହୋଇଥିବା କାରଣରୁ ପ୍ରତି ବୁଥ୍‌ରେ ୧୪୦୦ ଭୋଟର ହିଁ ସେମାନଙ୍କ ମତ ପ୍ରକାଶ କରିପାରିବେ।
କମିଶନ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ଚିଠି ଲେଖି ଏକଥା ସ୍ପଷ୍ଟ କରିଦିଆଯାଇଛି। ନୂଆକରି ପ୍ରଚଳନ ହେଵାକୁ ଥିବା ଭିଭିପିଟି ମେସିନରେ ବ୍ୟବହାର କରାଯାଉଥିବା ଥର୍ମାଲ ପେପରର କ୍ଷମତା ରହିଛି ୧୫୦୦। ଏଣୁ ଭୋଟଦାନ ସଂଖ୍ୟାକୁ ୧୪୦୦ରେ ସୀମିତ ରଖାଯିବ। ନିର୍ବାଚନ କମିଶନ ଅଧିକ ବୁଝାଇବାକୁ ଯାଇ କହିଛନ୍ତି ଯେ ମେସିନରେ ଭୋଟ ପଡ଼ିବା ଆଗରୁ ଟ୍ରାଏଲ ଓ ମକଡ୍ରିଲ ପାଇଁ ପ୍ରାୟ ୧୦୦ଟି ଚିରିକୁଟି ନଷ୍ଟ ହୁଏ। ଏଣୁ ସେତିକି ସଂଖ୍ୟକ ଭୋଟକୁ ଅନ୍ୟ ଭୋଟ କେନ୍ଦ୍ରକୁ ଦିଆଯିବ।

Comment