ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି ମୁନ୍ତା ଗାଁରୁ ଉଦ୍ଧାର ହୋଇଥିବା ବିଶାଳ କୁମ୍ଭୀରକୁ ଆଜି ବାଲିମେଳା ଜଳଭଣ୍ଡାରରେ ଛଡ଼ାଯାଇଛି। ବନବିଭାଗ କୁମ୍ଭୀରଟିର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ଡିଏଫ୍‌ଓଙ୍କ ଉପସ୍ଥିତିରେ ଜଳଭଣ୍ଡାରରେ ଛଡ଼ା ଯାଇଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ମୁନ୍ତା ଗାଁର ଦଶରଥ ମାଡକାମୀଙ୍କ ଘରେ ପଶି ଯାଇଥିଲା କୁମ୍ଭୀର।

ଦଶରଥ ଏବଂ ତାଙ୍କ ପରିବାର ବୁଧବାର ରାତିରେ ଶୋଇଥିବା ବେଳେ ଏହି କୁମ୍ଭୀରଟି ଘରେ ପଶିଯାଇଥିଲା। ଭୋର ୩ଟାରେ ଦଶରଥ ବାହାରକୁ ଉଠିଥିବା ବେଳେ କୁମ୍ଭୀରଟି ଘର ଭିତରେ ରହିଥିବା ଦେଖି ପାଟି କରିଥିଲେ। ଗ୍ରାମବାସୀଙ୍କ ସହାୟତାରେ କୁମ୍ଭୀରକୁ ଉଦ୍ଧାର କରାଯାଇଥିଲା।

ନିକଟସ୍ଥ ସତୀଗୁଡ଼ର ଡ୍ୟାମରୁ କୁମ୍ଭୀରଟି ଗାଁରେ ପ୍ରବେଶ କରିଥିଲା। ହେଲେ କୁମ୍ଭୀରକୁ ପୁଣି ସେହି ଡ୍ୟାମରେ ନଛାଡ଼ିବାକୁ ଗ୍ରାମବାସୀ ଜିଦ୍‌ ଧରିଥିଲେ। ଫଳରେ ବନବିଭାଗ ଚିନ୍ତାରେ ପଡ଼ିଥିଲା। ଏହି କୁମ୍ଭୀରର ଲମ୍ବ ୧୦ ଫୁଟ ବୋଲି ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here