ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୩ ଜାନୁଆରି ୪ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକାରେ କୁମ୍ଭୀର ଗଣନା କରିଯିବ। ଏହି ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ।

ଭିତରକନିକା ଜାତୀୟ ଉଦ୍ୟାନ ଭିତର ଓ ବାହାର ନଦୀରେ ରହୁଥିବା କୁମ୍ଭୀରମାନଙ୍କ ଗଣନା କରିଯିବ। ଗଣନା ସରିବା ପରେ ଜାନୁଆରି ୧୫ ତାରିଖରୁ ଜାତୀୟ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ।

୧୯୭୫ ମସିହାରେ ଭିତରକନିକାର ୧୧୫ ବର୍ଗ କିଲୋମିଟର ଅଞ୍ଚଳରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ଭାରତର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସରଂକ୍ଷଣ କେନ୍ଦ୍ର ଗଠନ ହୋଇଥିଲା। କୁମ୍ଭୀରଙ୍କ ବଂଶବୃଦ୍ଧି ଓ ସେମାନଙ୍କ ବାସସ୍ଥଳୀର ସୁରକ୍ଷା ପାଇଁ ଏହା ଗଠନ କରାଯାଇଥିଲା।

ଆରମ୍ଭରେ ଭିତରକନିକାରେ ୯୬ଟି କୁମ୍ଭୀର ଥିବାବେଳେ ୨୦୨୨ର ଗଣନା ଅନୁସାରେ ବର୍ତ୍ତମାନ ବଉଳା କୁମ୍ଭୀରଙ୍କ ସଂଖ୍ୟା ୧୭୮୪ରେ ପହଞ୍ଚିଛି।

Tags: #Bhitarkanikanationalpark #Crocodilecensus #Kendrapara #Odisha

Comment